କୋରାପୁଟ ୧୦-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ୪୮ଜଣ ମହିଳାଙ୍କ ସମେତ ୧୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୧୦ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୨୭,ସୁନାବେଡା ପୌରାଂଚଳରୁ ୧୭ ଏବଂ କୋଟପାଡ ଏନଏସିରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୪,ବୈପାରିଗୁଡା ବ୍ଲକରୁ ୫, ବୋରିଗୁମ୍ମା ବ୍ଲକରୁ ୨୪,ଦଶମନ୍ତପୁର ବ୍ଲକରୁ ୪,ଜୟପୁର ବ୍ଲକରୁ ୮ ଓ କୋରାପୁଟ ବ୍ଲକରୁ ୬ଜଣ ଚିହ୍ନଟ ହୋଇଥିବାବେଳେ କୁନ୍ଦୁରା ବ୍ଲକରୁ ୨,ଲମତାପୁଟ ବ୍ଲକରୁ ୨,ଲକ୍ଷ୍ମୀପୁର ବ୍ଲକରୁ ୩,ନାରାୟଣପାଟଣା ବ୍ଲକରୁ୧,ପଟ୍ଟାଙ୍ଗୀ ବ୍ଲକରୁ ୧ ଏବଂ ସେମିଲିଗୁଡା ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୯ ତାରିଖ ସୁଦ୍ଧା ୩ ଲକ୍ଷ ୬ ହଜାର ୫୯୫ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୯ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୪୭୮୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୭୮୦ଟି ସକ୍ରୀୟ କେସ ରହିଛି ଓ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।