Home କେନ୍ଦୁଝର କଇଥଗଡିଆରେ ରାସ୍ତା ନିର୍ମାଣ ବିରୋଧକୁ ନେଇ ଆକ୍ରମଣ, ଜଣେ ଆହତ,

କଇଥଗଡିଆରେ ରାସ୍ତା ନିର୍ମାଣ ବିରୋଧକୁ ନେଇ ଆକ୍ରମଣ, ଜଣେ ଆହତ,

101

ହାଟଡିହି- ୧୦/ ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର କଇଥଗଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ପଟ୍ଟାଭୁକ୍ତ ଜମିରେ ରାସ୍ତା ନିର୍ମାଣ ହେଉଥିବାବେଳେ ଜମି ମାଲିକ ବିରୋଧ କରିବାରୁ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ମଳୟ ପାତ୍ର କରିଥିବା ଅଭିଯୋଗ ଅନୁଯାଇ କଳିଗାଁ ପଞ୍ଚାୟତ ପକ୍ଷରୁ ତାମ୍ପଳା ଗ୍ରାମରୁ କଇଥଗଡିଆ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରାଯାଉଛି । ତାଙ୍କ ପୈତୃକ ଜମି ଉପରେ ଟ୍ରାକ୍ଟର ଦ୍ୱାରା ମାଟି ପକାଇ ରାସ୍ତା ନିର୍ମାଣ କରାଯାଉଥିବାରୁ ତାଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ । ତାଙ୍କ ବଡଭାଇ ବିଜୟ କୁମାର ପାତ୍ର ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ଅମରେନ୍ଦ୍ର ଧଳଙ୍କ ନେତୃତ୍ୱରେ ଆସିଥିବା ପିଲାମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଆହତ କରିବା ସହିତ ମଳୟଙ୍କୁ ମଧ୍ୟ ପିଟାମରା କରିଥିବା ନେଇ ମଳୟ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ବିଜୟକୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଉପରେ ନଜର ରଖିଥିବା ଜଣାଯାଇଛି । ଏ ସମ୍ପର୍କରେ ଅମରେନ୍ଦ୍ର ଧଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ କେନାଲ ପାଖ ସରକାରୀ ଜମି ଉପରେ ରାସ୍ତ୍‌ା କରାଯାଉଛି । ସେମାନେ ସରକାରୀ ଜମି ଜବରଦଖଲ କରିଛନ୍ତି ଆମେ ମାତ୍ର ସେହି ଅଧିକୃତ ଜମିରୁ କିଛିମାତ୍ରାରେ ନେଇ ଏକ ରାସ୍ତା କରୁଛୁ । ସେମାନେ ବିରୋଧ କରିବାରୁ ଗାଁ ପିଲାଙ୍କ ସହିତ ଝଗଡା ଝାଟି ହୋଇଛି । ମୋ ନାମକୁ ମିଛରେ ଯୋଡା ଯାଇଛି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଉଭୟ ପକ୍ଷରୁ ଅଭିଯୋଗ ପାଇଛୁ, ଘଟଣାସ୍ଥଳକୁ ଯାଇଥିଲୁ ସେଠାରେ ଜମିର ଡିମାର୍କସେସନ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.