Home କୋରାପୁଟ କୋରାପୁଟ ଜିଲ୍ଲାରେ ସର୍ବସାଧାରଣରେ ହୋଲି ଉତ୍ସବ ମନା

କୋରାପୁଟ ଜିଲ୍ଲାରେ ସର୍ବସାଧାରଣରେ ହୋଲି ଉତ୍ସବ ମନା

37

କୋରାପୁଟ  ୨୪-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ପ୍ରଶାସନ ଦୋଳଯାତ୍ରା ଓ ହୋଲି ଉତ୍ସବ ସର୍ବସାଧାରଣରେ ପାଳନ ନ  କରିବାକୁ କଟକଣା ଜାରି କରିଛନ୍ତି ।ଦୋଳଯାତ୍ରା  ଓ ସଂପୂକ୍ତ ଧାର୍ମିକ ଏବଂ ସାଂସ୍କୃତିକ ସମାବେଶକୁ ସର୍ବସାଧାରଣରେ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଶାସନ ତରଫରୁ ଗାଇଡଲାଇନ ପ୍ରକାଶ ପାଇଛି । ୨୮ ଓ ୨୯ ତାରିଖରେ ହୋଲି ଓ ଆନୁସାଙ୍ଗିକ ରୀତିନୀତି ସର୍ବସାଧାରଣ ସ୍ଥାନରେ  ପାଳନ କରାଯିବ ନାହିଁ ।ଲୋକମାନେ ଘରେ ନିଜ ପରିବାର ସହିତ ହୋଲି ଉତ୍ସବ ପାଳନ କରିବାକୁ କୁହାଯାଇଛି । କଟକଣାକୁ ଅବମାନନା କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.