Home କୋରାପୁଟ କୋରାପୁଟ ଓ କୋଟପାଡ ସହରାଂଚଳକୁ ପିପିଇ କିଟ , ଗ୍ଲୋଭସ ଓ ଫେସସିଲଡ ପ୍ରଦାନ

କୋରାପୁଟ ଓ କୋଟପାଡ ସହରାଂଚଳକୁ ପିପିଇ କିଟ , ଗ୍ଲୋଭସ ଓ ଫେସସିଲଡ ପ୍ରଦାନ

55

କୋରାପୁଟ ୨୧-୦୬(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ରେଡକ୍ରସ ସୋସାଇଟି ଦ୍ୱାରା କୋରାପୁଟ ରେଡକ୍ରସକୁ ପିପିଇ କିଟ , ଗ୍ଲୋଭସ ଓ ଫେସ ସିଲଡ ପ୍ରଦାନ କରାଯାଇଥିଲା ।ଆଜି କୋରାପୁଟ ରେଡକ୍ରସ ସୋସାଇଟି ତରଫରୁ କୋରାପୁଟ ଓ କୋଟପାଡ ସହରର ଝାଡୁଦାରମାନେ କୋଭିଡ ସଂକ୍ରମଣରେ ମୃତ୍ୟବରଣ କରୁଥିବା ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାରରେ ବ୍ୟବହାର କରିବାକୁ ପ୍ରଦାନ କରାଯାଇଛି ।କୋଟପାଡ ଏନଏସିକୁ ୨୦ ଟି ପିପିଇ କିଟ , ଗ୍ଲୋଭସ ଓ ଫେସ ସିଲଡ ପ୍ରଦାନ କରାଯାଇଥିବା ବେଳେ ସେହିପରି କୋରାପୁଟ ମ୍ୟୁନସିପାଲଟିକୁ ମଧ୍ୟ ପ୍ରଦାନ କରାଯାଇଥିଲା ।କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ,କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ପି.କେ.ସାମଲ ଓ ସତ୍ୟ ନାରାୟଣ ଦଳେଇ ଏବଂ କୋରାପୁଟ ଓ କୋଟପାଡ ସହରାଂଚଳର କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.