Home କୋରାପୁଟ କୋରାପୁଟର ପ୍ରସିଦ୍ଧ ଠାକୁରାଣୀ ମା ମୁତ୍ୟାଲୁମାଙ୍କ ନବଦିନ ଯାତ୍ରା

କୋରାପୁଟର ପ୍ରସିଦ୍ଧ ଠାକୁରାଣୀ ମା ମୁତ୍ୟାଲୁମାଙ୍କ ନବଦିନ ଯାତ୍ରା

181

କୋରାପୁଟ ; ତା୦୬-୦୫-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ପୋଲିସ ଆନୁକୁଲ୍ୟରେ କୋରାପୁଟର ପ୍ରସିଦ୍ଧ ଠାକୁରାଣୀ ମା ମୁତ୍ୟାଲୁମାଙ୍କ ନବଦିନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି।ସ୍ଥାନୀୟ ପୋଲିସ କଲୋନୀରେ ସ୍ଥାପିତ ଅସ୍ଥାୟୀ ମଣ୍ଡପରୁ ଶୋଭାଯାତ୍ରା କରାଯାଇ ମା ମୁତ୍ୟାଲୁମାଙ୍କ ମନ୍ଦିରକୁ ଆଜ୍ଞାମାଳ ନିମନ୍ତେ ଯାଇଥିଲେ।ସେଠାରୁ ଆଜ୍ଞାମାଳ ମିଳିବା ପରେ ଏକ ବିରାଟ ଶୋଭାଯାତ୍ରା କରାଯାଇ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା।କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ, ପୋଲିସ ଆରଆଇ ସୁବାସ ଚନ୍ଦ୍ର ନାୟକ, କୋରାପୁଟ ଡାଉନଥାନାର ଭାରପ୍ରାପ୍ତ ନିରୀକ୍ଷକ ବାସୁଦେବ ଛତ୍ରୀ, ସଂଘର ସଭାପତି ଗିରିଜା ଶଂକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରତ୍ୟେକଦିନ ସଂଧ୍ୟାରେ ମା ବିଭିନ୍ନ ସାହି ବୁଲି ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଜଣାପଡିଛି।ଯାତ୍ରା ଉପଲକ୍ଷେ ଜିଲ୍ଲା ପୋଲିସ ତରଫରୁ ପ୍ରତ୍ୟେକ ରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଜଣାପଡିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.