Home କୋରାପୁଟ କୋରାପୁଟରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

କୋରାପୁଟରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

57

କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ)କୋଭିଡ କଟକଣା ମଦ୍ୟରେ କୋରାପୁଟ ପୋଲିସ ପ୍ୟାରେଡ ପଡିଆଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ  ହୋଇଯାଇଛି ।ରାଜ୍ୟ  ମହିଳା ,ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ।ମହିଳାମାନଙ୍କ ବିକାଶକୁ ଓଡିଶା ବିକାଶରେ ସାମିଲ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ୱତନ୍ତ୍ର ଯୋଜନା ଭାରତବର୍ଷରେ ଉଦାହରଣ ସୃଷ୍ଟି କରିଛି ବୋଲି ସେ ପ୍ରକାଶ କରିଥିଲେ ।୨ ୟ ଲହର କୋଭିଡ ଯୋଦ୍ଧା ଡାକ୍ତର ରାକେଶ କୁମାର ମହାପାତ୍ର,ସୁଲଙ୍ଗନା ମହାପାତ୍ର,ସିଭା ଦିପ,ଦୟାସିନ୍ଧୁ ଦୀପ,ପିଙ୍କୁ କନ୍ଧପାଣ,ବାଲୁ ଖେମୁଣ୍ଡୁ,ହର୍ଷା କନ୍ଧପାଣ,ଭାସ୍କର ମହାନ୍ଦିଆ,ଇସ୍ରାଏଲ ହିଆଲ,ସୁସ୍ମିତା ସାମାନ୍ତରାୟ,ରୋସନ କୁମାର କାର୍ତିକ,ବାଳକୃଷ୍ଣ ଶତପଥି,ବସନ୍ତ ଚନ୍ଦ୍ର ରାୟ ଓସଂଯୁକ୍ତା ବାଘ ପ୍ରମୁଖଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନ୍ନିତ କରାଯାଇଥିଲା ।ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାରେ ଜିଲ୍ଲାରେ ଟପ୍ପର ହୋଇଥିବା ସୁସ୍ମିତା ପଣ୍ଡା,ଅନିକେତ ମହାନ୍ତି,ଭାବ୍ୟା କର ଓ ଅନିଷା ପଟନାୟକ ପ୍ରମୁଖଙ୍କୁ  ସମ୍ମାନ୍ନିତ କରାଯାଇଥିଲା ।କୋରାପୁଟ ସହରରେ ସ୍ୱାଧୀନତା ଦିବସ ପୂର୍ବରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ ଆଲୋକିକରଣ କରାଯାଇଥିଲା ।ଏଥିରେ ପ୍ରଥମ ଆଇଆର ବାଟାଲିୟନ ଅଫିସ  ପ୍ରଥମ , କୋରାପୁଟ ମ୍ୟୁନସିପାଲଟି ଅଫିସ  ୨ୟ ଓ କୋରାପୁଟ ଉପଜିଲ୍ଲାପାଳଙ୍କ ଅଫିସ ୩ ୟ ସ୍ଥାନ ପାଇଥିଲେ ।ମୁଖ୍ୟ ଅତିଥିଙ୍କଠାରୁ ଅଧିକାରୀମାନେ ପ୍ରମାଣପତ୍ର ସହ ସିଲଡ ଗ୍ରହଣ କରିଥିଲେ ।କୋରାପୁଟ ପୋଲିସ ବିଭାଗର ୨ଟି ଦଳ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ ।ପୋଲିସ ଆଇଆଇ ସୁବାସ ଚନ୍ଦ୍ର ନାୟକ ପ୍ୟାରେଡ ପରିଚାଳନା କରିଥିଲେ ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର , କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି , ଏଡିଏମ ଦେବେନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ନନ୍ଦପୁର ଅଧ୍ୟାପକ ରବି ଶତପଥି ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ,ଏ.କେ.ବେହରା , ଏସ.କେ.ସେଠୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.