Home କୋରାପୁଟ କୋରାପୁଟରେ ସହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ

କୋରାପୁଟରେ ସହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ

265

କୋରାପୁଟ ; ତା୨୯-୦୩-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହରରେ ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ମାରକୀ କମିଟିର ମିଳିତ ଆନୁକୁଲ୍ୟରେ ଦିବସ ପାଳନ କରାଯାଇଥିଲା ।କୋରାପୁଟ ବସଷ୍ଟାଣ୍ଡରେ ସ୍ଥାପିତ ସହୀଦଙ୍କ ପ୍ରତିମୂର୍ତିରେ କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରି ଶ୍ରର୍ଦ୍ଧାଞଳି ଜ୍ଞାପନ କରିଥିଲେ ।ପୂର୍ବତନ ବିଧାୟକ ନିମାଇଁ ସରକାର , ଜୟପୁର ଏସଡିପିଆରଓ ଜଗନ୍ନାଥ ପ୍ରସାଦ ରାୟଗୁରୁ ,ପ୍ରାଧାନଶିକ୍ଷକ ନରସିଂହ ଦାଶ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ,ସ୍ୱେଛାସେବୀ କାମାକ୍ଷା ପ୍ରସାଦ ମାଝି , ସାମ୍ବାଦିକ ଅମିତାଭ ବେହେରା ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟାର୍ପନ କରିବା ସହ ଶ୍ରର୍ଦ୍ଧାଞଳି ଜ୍ଞାପନ କରିଥିଲେ ।
କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜଠାରେ ତିରୋଧାନ ଦିବସ ପାଳିତ ହୋଇଯାଇଛି ।କଲେଜର ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଲ ମୁକ୍ୟ ଅତିଥି ଭାବେ ଯୋଗଦେଇ ସହୀଦଙ୍କ ପ୍ରତିମୂର୍ତିରେ ପୁଷ୍ପମାର୍ଲାପଣ କରିଥିଲେ ।କୋରାପୁଟ ହସପିଟାଲର ପୂର୍ବତନ ଅଧିକ୍ଷକ ଡାକ୍ତର କ୍ଷେତ୍ରବାସୀ ସୁବୁଦ୍ଧି , ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଜଗଦାନନ୍ଦ ମିଶ୍ର , ଭେଷଜ ବିଭାଗର ମୁଖ୍ୟ ଡାକ୍ତର ଏସ.ପି.ପ୍ରଧାନ ,ଶିଶୁ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ୱରୂପା ପଣ୍ଡା , କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରି ଶ୍ରର୍ଦ୍ଧାଞଳୀ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.