Home କୋରାପୁଟ କୋରାପୁଟରେ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ

କୋରାପୁଟରେ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ

37

କୋରାପୁଟ ୦୪-୦୨(ଓଡିଆ ପୁଅ /ରଂଜନ ଦାସ)ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ୮୮ ତମ ତିରୋଧାନ ଦିବସ କୋରାପୁଟ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ।ଓକିଲ ସଂଘ ସଭାଗୃହଠାରେ ସଭାପତି ଅଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା କରାଯାଇ ମଧୁବାବୁଙ୍କ ସ୍ମୃତିଚାରଣ କରାଯାଇଥିଲା ।ସଂପାଦକ ମନୋରଂଜନ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଜୟନ୍ତ କୁମାର ମିଶ୍ର ଯୋଗଦେଇ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁଆହ୍ୱାନ ଦେଇଥିଲେ ।ଏହି ସଭାରେ ଉତମ ମିଶ୍ର , ସୁଜାତା ନାୟକ , କମଳାକାନ୍ତ ଦାସ ,କମଳ କୁମାର ଖୁରା ,ନିତ୍ୟାନନ୍ଦ ମହାନ୍ତି ,ସୁଧାଂଶୁ ପାଢୀ ,ଶ୍ରୀହରି ଚରଣ ଘୋଷ ,ରଶ୍ମିତା ଦାସ ,ନମିତା ମହାନ୍ତି ,ସୁଭଦ୍ରା ଶିଶା ,ଏଲିନା ବେହେରା ,ବିଶ୍ୱ ରଂଜନ ପଟନାୟକ , ଏନ.ଗୋବିନ୍ଦ ,ବିଦ୍ୟାଧର ସାହୁ ,ଶରତ ଆଚାର୍ଯ୍ୟ ,ସାଇ ରାଜୁ ,ମନୋଜ ଆଚାର୍ଯ୍ୟ ,ଉଦୟ ହୋତା ,ସୁନୀଲ ଜେନା ,ଜେନେସିସ ଖରା ,କାମାକ୍ଷୀ ପ୍ରସାଦ ମାଝି ,ବିଘ୍ନରାଜ ବେହେରା ,ଜେ.ଶ୍ରୀନିବାସ ,ପ୍ରଶାନ୍ତ ସାହୁ ,ଟଙ୍କଧର ନାଗ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.