Home କୋରାପୁଟ କୋରାପୁଟରେ ବାଇପାସ ରୋଡ ନିର୍ମାଣର ବାଟ ଫିଟୁଛି

କୋରାପୁଟରେ ବାଇପାସ ରୋଡ ନିର୍ମାଣର ବାଟ ଫିଟୁଛି

43

କୋରାପୁଟ ୨୩-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟରେ ବାଇପାସ ରୋଡ ନିର୍ମାଣ ନିମନ୍ତେ ଅନେକ ସମସ୍ୟା ଲାଗି ରହିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତ ସମୟରେ ଲୋକମାନେ ଦାବି ଜଣେଇଥିଲେ ।ଏହାର ସମାଧାନ ତୁରନ୍ତ କରିବାକୁ ରେଳବାଇ ଡିଆରଏମଙ୍କୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ଦ୍ଦେଶ ଦେଇଥିଲେ ବୋଲି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ପ୍ରକାଶ କରିଛନ୍ତି ।ସେହିନୁସାରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ ଅଖତର ଓ ଡିଆରଏମ  ଅନୁପ କୁମାର ଶତପଥି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ଆଲୋଚନା କରିଥିଲେ ।ବାଇପାସ ରୋଡ ନିର୍ମାଣ ନିମନ୍ତେ ଆବଶ୍ୟକ ପଡୁଥିବା ରେଳବାଇର ଜମି ଦେବାକୁ ରେଳବାଇ କର୍ତୂପକ୍ଷ ରାଜି ହୋଇଥିବା ବେଳେ ଅନ୍ୟସ୍ଥାନରେ ସେତିକି ଜମି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ରେଳବାଇ କର୍ତୂପକ୍ଷ କହିଥିବା ଶ୍ରୀ ବକ୍ସିପାତ୍ର ପ୍ରକାଶ କରିଛନ୍ତି ।ଲୋକମାନଙ୍କର ବହୁ ଦିନର ଦାବି ସମାଧାନ ହେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି ।ତେଣୁ କୋରାପୁଟରେ ବାଇପାସ ରୋଡ ନିର୍ମାଣର ବାଟ ଫିଟୁଥିବା ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.