Home ଓଡ଼ିଶା କୋରାପୁଟରେ ନୂତନ ୬୫୦ ଶଯ୍ୟା ବିଶିଷ୍ଠ ଅଧ୍ୟାପନା ହସପିଟାଲର ସର୍ଭେ କାମ ଆରମ୍ଭ

କୋରାପୁଟରେ ନୂତନ ୬୫୦ ଶଯ୍ୟା ବିଶିଷ୍ଠ ଅଧ୍ୟାପନା ହସପିଟାଲର ସର୍ଭେ କାମ ଆରମ୍ଭ

31

କୋରାପୁଟ ୦୫-୦୧ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ନୂତନ ୬୫୦ ଶଯ୍ୟା ବିଶିଷ୍ଠ ଅଧ୍ୟୟନ ହସପିଟାଲ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିବା ପରେ ଏହାର ସର୍ଭେ କାମ ଆରମ୍ଭ ହୋଇଯାଇଥିବା ଜଣାପଡିଛି।କୋରାପୁଟ ତହସିଲ ଅନ୍ତର୍ଗତ କୁମ୍ଭା-୧ ମୈାଜାରେ ୧୦ ଏକର ଜମି ପ୍ରଦାନ କରାଯାଇଛି। ଶାପୋରଜି ପାଲ୍ଲାଓଞ୍ଜି କଂପାନୀ ଉକ୍ତ ନୂତନ ଅଧ୍ୟାପନା ହସପିଟାଲ ନିର୍ମାଣ କାର୍ଯ୍ୟ କରିବେ ବୋଲି ଜଣାପଡିଛି।ସର୍ଭେ ସମୟରେ ରାସ୍ତା ଓ ଗୃହ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅରୁଣ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା, ସହାୟକ ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ସାମଲ, ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର ଓ କଂପାନୀର ଏସ.ଖାତିବୁର ରହେମାନ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.