କୋରାପୁଟ ୨୭-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।କୋରାପୁଟ ଜିଲ୍ଲାର ସ୍ୱେଛାସେବୀ ଅନୁଷ୍ଠାନ ଏକତା ଆନୁକୁଲ୍ୟରେ କର୍ମଶାଳା ଆୟୋଜନ କରାଯାଇଥିଲା ।ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଆୟୋଜିତ କର୍ମଶାଳାରେ ଶିଶୁ ଅଧିକାର ,ସୁରକ୍ଷା ଓ ପୋକସୋ ଆକ୍ଟ ସଂପର୍କରେ କୋରାପୁଟ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଡ.ଗାୟିତ୍ରୀ ଦେବୀ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।ଏକତାର ସଭାପତି ଦୁର୍ଗା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଜିଲ୍ଲାସ୍ତରର ସାମ୍ବାଦିକମାନେ ଯୋଗଦେଇଥିଲେ ।