Home କୋରାପୁଟ ଆର୍ଥିକ ଜୋରିମାନା ବିରୁଦ୍ଧରେ  କୋରାପୁଟ ଜିଲ୍ଲା ଟିପ୍ପର ଓ ଟ୍ରାକ୍ଟର ମାଲିକ ସଂଘର ଶୋଭାଯାତ୍ରା ଓ...

ଆର୍ଥିକ ଜୋରିମାନା ବିରୁଦ୍ଧରେ  କୋରାପୁଟ ଜିଲ୍ଲା ଟିପ୍ପର ଓ ଟ୍ରାକ୍ଟର ମାଲିକ ସଂଘର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

39

କୋରାପୁଟ ୨୭-୦୮(ଓଡିଆ ପୁଅ /ରଂଜନ ଦାସ) ଲଘୁ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟିପ୍ପର ଓ ଟ୍ରାକ୍ଟର ଉପରେ ରୟାଲିଟି ନ ଥିବା ଦର୍ଶାଇ ତହସିଲଦାରମାନେ ଅତ୍ୟଧିକ ଆର୍ଥିକ ଜୋରିମାନା ଆଦାୟ କରୁଥିବା ପ୍ରତିବାଦ କରି ସେମିଲିଗୁଡା ଟିପ୍ପର ଓ ଟ୍ରାକ୍ଟର ମାଲିକ ସଂଘ ଗତ ତିନିଦିନ ହେଲା  ପରିବହନ ବନ୍ଦ କରିଛନ୍ତି ।ଆଜି କୋରାପୁଟ ଜିଲ୍ଲା ସଂଘ ତରଫରୁ କୋରାପୁଟରେ ଶୋଭାଯାତ୍ରା କରି  ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ ।ସଂଘର ସଭାପତି ତ୍ରିପତି ପାଣିଗ୍ରାହୀ,ଉପ-ସଭାପତି ସନ୍ତୋଷ ଶତପଥି,ସମ୍ପାଦକ  ମୁକେଶ ପାତ୍ର,କୋଷାଧ୍ୟକ୍ଷ  ସଂଜୟ ପଣ୍ଡା,ଯୁଗ୍ମ-ସମ୍ପାଦକ ରୂଦ୍ର ରାୟ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ ।  ମାଲିକ ମାନଙ୍କ ଅଭିଯୋଗ ଅନୁଯାୟୀ ସରକାର କ୍ରସର ମାଲିକ ମାନଙ୍କୁ ଯେଉଁ ପଥର ଖାଦାନ ଲିଜ୍ ସୂତ୍ରରେ ଦେଉଛନ୍ତି ସେହି କ୍ଷେତ୍ରରେ କ୍ରସର ମାଲିକ ଖାଦନରୁ  କ୍ରସରକୁ ପଥର ନେବାକୁ ରୟାଲିଟି ରସିଦ ଦେଉଛନ୍ତି । ହେଲେ ଟିପ୍ପର ଓ ଟ୍ରାକ୍ଟର ମାଲିକ ମାନଙ୍କୁ  ଅନ୍ୟତ୍ର ପରିବହନ ନିମନ୍ତେ କୌଣସି  ରୟାଲିଟି  ରସିଦ ଦିଆ ଯାଉ ନାହିଁ ଫଳରେ ସେମାନେ  ସରକାରୀ ନିୟମ ମୂତାବକ ଜିଏସଟି ବିଲ ନେଇ ଅନ୍ୟତ୍ର ପରିବହନ କରିବାକୁ ବାଧ୍ୟ  ହେଉଛନ୍ତି । କିନ୍ତୁ ତହସିଲଦାର କିମ୍ବା ରାଜସ୍ୱ ବିଭାଗର ଅନ୍ୟ କର୍ମଚାରୀ ଜିଏସଟି ବିଲ୍ ଥିବା ସତ୍ୱେ ରୟାଲିଟି ନ ଥିବା ଦର୍ଶାଇ ଅତ୍ୟଧିକ ଜରିମାନା ଆଦୟ କରୁଥିବା ସଂଘ ଅଭିଯୋଗ କରିଛି । ଅନେକ ଉଚ ଶିକ୍ଷିତ ଯୁବକ ବ୍ୟାଙ୍କ ଓ ଘରୋଇ ସଂସ୍ଥାରୁ ରୁଣ ନେଇ ଗାଡି ଚଳାଉ ଥିବାବେଳେ ସରକାର ଓ ପ୍ରଶାସନର ଏପରି ଚରମ କାର୍ଯ୍ୟଶୈଳୀ ସେମାନଙ୍କୁ ବ୍ୟଥିତ କରିଥିବାବେଳେ ମହାମାରୀ କରୋନା ସମୟରେ ମାଲିକମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଚାଲି ଗଲେଣି ବୋଲି ସଂଘ ଅଭିଯୋଗ କରିଛି । ସେମିଲିଗୁଡା ଟିପର୍ ଓ  ଟ୍ରାକ୍ଟର୍‌  ମାଲିକ ସଂଘ ଅଧୀନରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଗାଡି ରହିଥିବାବେଳେ ଏହା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ  ୧୫୦୦ ପରିବାର ଜୀବନ ଜୀବିକା ପାଉଛନ୍ତି । ତେଣୁ ଜିଲା  ପ୍ରଶାସନ  ଏଥିପ୍ରତି ଗୁରୂତ୍ୱ ଦେଇ ପରିବହନ କରୁଥିବା  ସବୁ ଗାଡି ମାଲିକଙ୍କୁ ରୟାଲିଟି ପେପର ଦିଆ ଯାଉ ନଚେତ ପରିବହନ କରା ଯାଉଥିବା ଲଘୁ ଖଣିଜ ପତାର୍ଥର ସରକାରୀ କିଣାଦର ଅନୁଯାୟୀ  ୫-୧୦ ଗୁଣ ଜୋରିମାନା ଆଦାୟ କରା ଯିବାକୁ ସଂଘ ଦାବି କରିଛି । ସଂଘ ତରଫରୁ  ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ ।ପେଟ୍ରୋଲ ଟାଙ୍କିରେ ପରିବହନ ଗାଡି ଥିବା ବେଳେ  ଜୋରିମାନା ନ  କାଟିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ସହ ଆଲୋଚନା କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଜିଲ୍ଲା ପ୍ରଶାସନ କୈଣସି ଲିଖିତ ପ୍ରତିଶୃତି ଦେଇନାହାଁନ୍ତି ତେଣୁ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜିଲ୍ଲାସାରା ବ୍ୟାପିବ ବୋଲି ସଭାପତି ତ୍ରୀପତି  ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.