Home କୋରାପୁଟ କୋରାପୁଟଠାରେ ହକିପାଇଁ ଗଣଦୈାଡ

କୋରାପୁଟଠାରେ ହକିପାଇଁ ଗଣଦୈାଡ

97

କୋରାପୁଟ ; ତା୨୫-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ କାର୍ଣ୍ଣିଭାଲ ପଡିଆଠାରେ ହକିପାଇଁ ଗଣଦୈାଡ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି , କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ମହମ୍ମଦ ଅବଦାଲ ଅଖତାର , ଅତିରିକ୍ତ ନିଦେ୍ର୍ଦଶକ ମହେଶ୍ୱର ଚନ୍ଦ୍ର ନାୟକ , ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ , ଜିଲ୍ଲା ବିଜେଡି ଉପସଭାପତି ତ୍ରୀପୁରାରୀ ଗରଡା ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗ ଦେଇଥିଲେ ।କାର୍ଣ୍ଣିଭାଲ ପଡିଆଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଦୈାଡ ପ୍ରତିଯୋଗିତା କରାଯାଇଥିଲା ।ବାଳକ ବିଭାଗରେ ଦାମନଯୋଡିର ହେମନ୍ତ ଗୁରୁନା ଚମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗରେ ଗୈାଡଗୁଡା ଗ୍ରାମର ଗୋଲାପୀ ଗୈାଡ ଚମ୍ପିୟାନ ହୋଇଥିଲେ । ଉଭୟ ବିଭାଗର ଚମ୍ପିୟାନ ଓ ୭ ଜଣ ରନର କୃତୀ ପ୍ରତିଯୋଗିମାନଙ୍କୁ ମୁଖ୍ୟଅତିଥି ଶ୍ରୀ ପ୍ରଭୁ ଜାନିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ବିଶ୍ୱକପ ହକିରେ ଭାରତଦଳର ସଫଳତା ପାଇଁ ଦସ୍ତଖତ ଅଭିଯାନ କରାଯାଇଥିଲା ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ହିମାଂଶୁ ଶତପଥି ଯୋଗଦେଇ ପରିଚାଳନା କରିଥିବା ବେଳେ ବିଜୁ ଯୁବ ବାହିନୀର ଜିଲ୍ଲା ସଂଯୋଜକ ଅମୀୟ ସାହୁ ଓ କାର୍ଯ୍ୟକ୍ରମ ଅଧିକାରୀ ତନୁଜା ପତି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ନନ୍ଦପୁର କଲେଜ ଅଧ୍ୟାପକ ରବି ଶତପଥି ଯୋଗଦେଇ ମଂଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.