Home ଖେଳ କୋରାଇ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରିଡା ଉଦଘାଟିତ

କୋରାଇ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରିଡା ଉଦଘାଟିତ

110

ଯାଜପୁର୧୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଂଚାୟତରେ ବେଗନା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦ୍ଘାଟିତ ହୋଇଛି । ଯାଜପୁର ଏସପି ଚରଣ ସିଂହ ମୀନା ଏହି କ୍ରୀଡାକୁ ପାତାକା ଉତୋଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ୨୮୪ ଛାତ୍ର/ଛାତ୍ରୀ ବିବିଧ ବିଭାଗ ଯଥା ୨୦୦ମିଟର ଦୌଡ, ୧୦୦ ମିଟର ଦୌଡ, ସର୍ଟପୁଟ, ଡିସକସ, ଲଙ୍ଗ ଜମ୍ପ, ହାଇ ଜମ୍ପ, ମିୟୁଜିକ ଚେୟାର , ସ୍ଲୋ ସାଇକେଲ ଆଦି ଖେଳରେ ଅଂଶ ଗ୍ରହଣ କରିଥିଲେ । ଏହି ୁଉଦ୍ଘାଟନୀ ଉତ୍ସବରେ ଏସପିଙ୍କ ସମେତ ମୁଖ୍ୟ ବକ୍ତାଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ, ସମ୍ମନୀତ ଅତିଥିଭାବେ ଆକସିସ ବ୍ୟାଙ୍କ ସେଲସ ମ୍ୟାନେଜର ସୁଧିର କୁମାର ସାହୁ, ବିଦ୍ୟାଳୟ ପରିଚାଳା ଓ ଉନ୍ନୟନ ସମିତିରୁ ବିବେକାନନ୍ଦ ମହାନ୍ତି, ଡା. ନିର୍ମଳ ରଥ, କୋରାଇ ଥାନାଧିକାରୀ ରଣଜିତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ରାଣା ଖେଳ ପରିଚଳନା କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନନ୍ଦ ସଭା ଓ ଖେଳ ପରିଚଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.