Home ଜିଲ୍ଲା ପରିକ୍ରମା କୋରମ ଅଭାବରୁ କାଟ ଖାଇଲା ଅନାସ୍ଥା

କୋରମ ଅଭାବରୁ କାଟ ଖାଇଲା ଅନାସ୍ଥା

138

ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚାୟତ ସରପଂଚଙ୍କ ବିରୋଧରେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଦ୍ୱାରା ଆଗତ ଅନସ୍ଥା ପ୍ରସ୍ତାବ ଆଜି କୋରମ୍ ଅଭାବରୁ କାଟ ଖାଇଛି । ଫଳରେ ପୂର୍ବଭଳି ପଂଚାୟତର ସରପଂଚ ଗୋପାଳ ସେଠୀ ତାଙ୍କର ପଦ ବଜାୟ ରଖିଛନ୍ତି । ପଂଚାୟତର ୧୩ ଜଣ ୱାର୍ଡ ସଭ୍ୟ/ସଭ୍ୟା ମଧ୍ୟରୁ ୯ ଜଣ ଗତ ମାସରେ ସରପଂଚଙ୍କ ବିରୋଧରେ ଉପ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିଥିଲେ । ପରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାସନଗର ତହସିଲଦାର ନିରଂଜନ ବେହେରାଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଅନ୍ୟତମ ଅଧିକାରୀ ଭାବେ କୋରେଇ ବିଡ଼ିଓ ତରଣୀସେନ ପଟ୍ଟନାୟକ, ଜିପିଓ ପୂର୍ଣ୍ଣଚନ୍ଦ୍ର ପାତ୍ର, କୁମ୍ଭକର୍ଣ୍ଣ ଦଣ୍ଡପାଟ, ପିଇଓ ଅଭିମନ୍ୟୁ ନାୟକ ପ୍ରମୁଖ ଯୋଗଦେଇଥିଲେ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଦିନ ୧୧ଟା ବେଳେ ସମସ୍ତ ସଭ୍ୟ/ସଭ୍ୟାଙ୍କୁ ଉପସ୍ଥିତ ରହିଥିଲେ । ତଣ୍ଡରା ପଂଚାୟତରେ ମୋଟ ୧୩ ଜଣ ୱାର୍ଡ ସଭ୍ୟ ରହିଥିବା ବେଳେ ସରପଂଚଙ୍କ ବିରୋଧରେ ୯ ଜଣ ୱାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ରହିଥିଲେ । ଅନାସ୍ଥା ନିର୍ବାଚନରେ ସରପଂଚ ମଧ୍ୟ ଅଂଶ ଗ୍ରହଣ କରିବାର ନିୟମ ଥିବାରୁ ମୋଟ ସଭ୍ୟ ସଂଖ୍ୟା ୧୪ରେ ପଂହଚିଥିଲା । ତେବେ କୋରମ ପାଇଁ ପଂଚାୟତ ଅଧିନିୟକ ୧୯୬୪ ଧାରା ୨୪ ଅନୁସାରେ ଏକ ତୃତିଆଂଶ ଅର୍ଥାତ ୧୦ ଜଣ ସଭ୍ୟଙ୍କ ଉପସ୍ଥିତି ଆବଶ୍ୟକ ହେଉଥିବା ବେଳେ ମାତ୍ର ୯ ଜଣ ଉପସ୍ଥିତ ରହିଥିଲେ । ଫଳରେ ପଂଚାୟତ ଅଧିନିୟମ ଅନୁସାରେ କୋରମ ଅଭାବରୁ ଅନାସ୍ଥା ହେବା ସମ୍ଭବ ହୋଇନଥିବା ନିର୍ବାଚନ ଅଧିକାରୀମାନେ ପ୍ରକାଶ କରିଥିଲେ । ଫଳାଫଳ ଘୋଷଣା ପରେ ସରପଂଚଙ୍କ ଶିବିରରେ ଖୁସୀର ଲହରୀ ଖେଳିଯାଇଥିବା ବେଳେ ବିପକ୍ଷ ଗୋଷ୍ଠୀରେ ନିରୁତ୍ସାହ ଖେଳିଯାଇଛି । ଅପରପକ୍ଷେ ଅନାସ୍ଥାକୁ ନେଇ ଘୋଡ଼ା ବେପାର ଆଶଙ୍କା ଥିବାରୁ ୪ ଜଣ ୱାର୍ଡ ସଭ୍ୟଙ୍କ ସହ ସରପଂଚ ଶ୍ରୀ ସେଠୀ ପଂଚାୟତ ଛାଡି ଫେରାର ହୋଇଥିବା ସୂଚନା ମିଳିଛି । ତେବେ ଏନେଇ ପଂଚାୟତରେ ଚାପା ଉତେଜନା ଲାଗିରହିଛି । ଅନାସ୍ଥାକୁ ନେଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ଆଜି ଏନେଇ ପଂଚାୟତ କାର୍ଯ୍ୟାଳୟରେ ସକାଳୁ ପୁଲିସ୍ ଛାଉଣି ହୋଇଥିଲା । ପାଣିକୋଇଲି ଥାନାଧିକାରୀ ଅଜୟ ଜେନାଙ୍କ ନେତୃତ୍ୱରେ ୨ ପ୍ଲାଟୁନ ପୁଲିସ୍ ନିର୍ବାଚନ ପାଇଁ ମୃତୟନ ହୋଇଥିଲେ । ପ୍ରକାଶ ଯେ ତଣ୍ଡରା ପଂଚାୟତରେ ସରପଂଚ ମନମୁଖି ଭାବେ କାର୍ଯ୍ୟ କରିବା ସହିତ ପଂଚାୟତ ଟଙ୍କା ହଡ଼ପ କରିବା ଆଦି ଅଭିଯୋଗ କରି ୱାର୍ଡସଭ୍ୟ ରଂଜନ ପରିଡା, ପୁରସ୍ତମ ବେହେରା, ପ୍ରଭାତୀ ସ୍ୱାଇଁ, ନିରଂଜନ ପହୀ, ନାଣ୍ଡି ମଳିକ, ଅଜିତ ସାମଲ, ମାଣିକ ତରେଇ, ଲିତାଂଜଳୀ ସ୍ୱାଇଁ ପ୍ରମୁଖ ଉପ ଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.