Home ଜିଲ୍ଲା ପରିକ୍ରମା କୋମାରେ ବସୁଧା ଯୋଜନା, କମୁଛି ଜଳସ୍ତର

କୋମାରେ ବସୁଧା ଯୋଜନା, କମୁଛି ଜଳସ୍ତର

3

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗକୁ ଆସୁଛି ଗ୍ରୀଷ୍ମ ଋତୁ।ଗାଁ ଗାଁରେ ଏବେ ଠାରୁ ଜଳାଭାବ ଦେଖା ଦେଲାଣି। ଘରୋଇ ନଳକୂପ ରୁ ଆଉ ବାହାରୁ ନାହିଁ ପଯ୍ୟାପ୍ତ ପାଣି। ଏହା କାହାଣୀ ନୁହେଁ ବାସ୍ତବ ସତ୍ୟ ବୋଲି ପ୍ରକାଶ କରିଛନ୍ତି ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଂଚାୟତର କାଳିଦାସ ପୂରର ଶିକ୍ଷାବିତ ସୁବାସ ବେହେରା। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବିଜୁ ଜନତା ଅମଳ ରେ ତିଆରି ହୋଇ ହୋଇଥିଲା ପାଣି ଟାଙ୍କି।ସରକାରଙ୍କ ଲକ୍ଷ ଥିଲା ଘରେ ଘରେ ପହଂଚିବ ପାଣି। ପାଣି ବି ପହଁଚିଲା ମାସେ କି ଦୁଇ ମାସ ପାଇଁ। ତା ପରଠୁ ପାଣି ଆସିବା ବନ୍ଦ। ଅନ୍ୟ ପଟେ ଏ ଅଂଚଳ ରେ ୧୦୦ଏକରରୁ ଅଧିକ ଜମି ରେ କୃଷକ ମାନେ କରିଛନ୍ତି ରବି ଧାନ ଚାଷ। ସରକାରୀ ଓ ବେସରକାରୀ ଭାବେ ଗାଁ ର ଚତୁର୍ପାଶ୍ୱ ରେ ଭୂତଳ ଜଳ ପାଇଁ ଲାଗିଛି ୨୦ ରୁ ଅଧିକ ବୋରିଏଲ୍‌। ଅନବରତ ଜଳ ନିଷ୍କାସନ ହେଉଛି।ଯାହା ପାଇଁ ଜଲସ୍ତର କମୁଛି। ଘରୋଇ ନଳକୂପରୁ ପାଣି ବହୁ କଷ୍ଟରେ ବାହାରୁଛି। ଯାହାକି ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜନେତା ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.