Home ଓଡ଼ିଶା କୋଭିଡ଼ ମୃତ୍ୟୁ ସଂଖ୍ୟାର ହିସାବ ମାଗିଲେ ପୂର୍ବତନ କାଉନସିଲର

କୋଭିଡ଼ ମୃତ୍ୟୁ ସଂଖ୍ୟାର ହିସାବ ମାଗିଲେ ପୂର୍ବତନ କାଉନସିଲର

44

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇ ବର୍ଷର କୋଭିଡ଼ରେ ଆକ୍ରାନ୍ତ ହୋଇ କେତେ ଜଣ ଭଦ୍ରକ ପୌରପାଳିକାରେ ମୃତ୍ୟୁ ବରଣ କରିଛନ୍ତି ଏବଂ ଶବଦାହ ନିମନ୍ତେ କେତେ ଖର୍ଚ୍ଚ ପୌରପାଳିକା କରିଛି ଏହାର ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ପୂର୍ବତନ କାଉନସିଲର ଅସରଫ ଅଲୀ ଖାଁଙ୍କ ସମେତ ବହୁ ବୁଦ୍ଧିଜୀବୀ ଜାବି କରିଛନ୍ତି। ଗତ ୨୦୨୦ ମାର୍ଚ୍ଚ ମାସ ଠାରୁ ସମଗ୍ର ଦେଶରେ କୋଭିଡ଼ ସଂକ୍ରମଣ ବ୍ୟାପକ ହୋଇଥିଲା। ଏଥିରେ ଦେଶ ତଥା ରାଜ୍ୟରେ ବହୁ ଲୋକଙ୍କ ଜୀବନ ଯାଇଛି। ସେହି ପରିସ୍ଥିତିରେ ଭଦ୍ରକ ପୌରପାଳିକାରେ କେତେ ବ୍ୟକ୍ତିଙ୍କର କୋଭିଡ଼ରେ ପ୍ରାଣ ଯାଇଛି, ପୌରପାଳିକା ସେମାନଙ୍କ ଶବଦାହରେ କେତେ ଟଙ୍କା ଖର୍ଚ୍ଚ କରିଛି, ଏହାର ଏକ ହିସାବ ସର୍ବ ସାଧାରଣରେ ପ୍ରକାଶ କରିବାକୁ ପୂର୍ବତନ କାଉନସିଲର ଅସରଫ ଅଲୀ ଦାବି କରିଛନ୍ତି ଯଦି ପୌରପାଳିକା ଏହା ନ କରେ ତେବେ ଏଥିରେ ବ୍ୟାପକ ଘୋଟାଲା ହୋଇଥିବା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ତୁରନ୍ତ ପୌରପାଳିକ ମୃତବ୍ୟକ୍ତିଙ୍କ ନାମ, ଠିକଣା, କେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ କେତେ ତାରିଖରେ ମୃତ୍ୟୁ ବରଣ କରିଥିଲେ, ପ୍ରତ୍ୟେକ ମୃତକଙ୍କ।ବଦାହ ପାଇଁ କେତେ ଟଙ୍କା କୋଉଁ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି ତାହାର ବିବରଣୀ ପ୍ରକାଶ ପାଇଁ ଅସରଫ୍‌ଙ୍କ ସହିତ ସାବିର ଖାଁ, ବିଜୟ ବାରିକ, ଜହିର ଖାଁ, ସମିରୁଦ୍ଦିନ ଖାଁ ପ୍ରମୁଖ ଦାବିକରି ଏକ ଦାବିପତ୍ର ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.