Home ଓଡ଼ିଶା କୋଭିଡ-୧୯ ମୁକାବିଲା ନେଇ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରତିରକ୍ଷା...

କୋଭିଡ-୧୯ ମୁକାବିଲା ନେଇ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

194

ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୋଲ୍ଡଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଉଭୟ ମନ୍ତ୍ରୀ କୋଭିଡ-୧୯ ବୈଶ୍ଵିକ ମହାମାରୀ ନେଇ ମତ ବିନିମୟ କରିଥିଲେ। ରେନୋଲ୍ଡଙ୍କୁ ଶ୍ରୀ ସିଂ ଆନ୍ତର୍ଜାତିକସ୍ତରରେ କୋଭିଡ-୧୯ ମୁକାବିଲା ଦିଗରେ ଭାରତର ଅବଦାନ ସମ୍ପର୍କରେ ବୁଝାଇଥିଲେ। ଉଭୟ ନେତା କୋଭିଡ-୧୯ ପରବର୍ତ୍ତୀ ସମୟରେ କି କି ପଦକ୍ଷେପ ନିଆଯିବ ଏବଂ ଦୁଇ ଦେଶ କିପରି ମିଳିମିଶି ଏହାର ମୁକାବିଲା କରିବେ ସେନେଇ ଆଲୋଚନା କରିଥିଲେ। ଉଭୟ ଦୁଇ ଦେଶର ପ୍ରତିରକ୍ଷା ସହଯୋଗ ନେଇ ନିଜ ନିଜ ଅଙ୍ଗୀକାରବଦ୍ଧତା ଦୋହରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.