Home କେନ୍ଦ୍ରାପଡ଼ା କୋଭିଡ-୧୯ ପ୍ରତିରୋଧ ଅଡିଟ ବୈଠକ ଅନୁଷ୍ଠିତ

କୋଭିଡ-୧୯ ପ୍ରତିରୋଧ ଅଡିଟ ବୈଠକ ଅନୁଷ୍ଠିତ

102

କେନ୍ଦ୍ରାପଡା ୨/୭(ଚିତ୍ତରଞ୍ଜନ ଦାସ) – ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କୋଭିଡ-୧୯ ପ୍ରତିରୋଧ ଅଡିଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ କୋଭିଡ-୧୯ ପ୍ରୋଟକଲକୁ କଡାକଡି ଭାବେ ପାଳନ କରିବା ତଥା ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟମାନଙ୍କରେ କୋଭିଡ-୧୯କୁ ପ୍ରତିରୋଧ କରିବା, କାର୍ଯ୍ୟାଳୟକୁ ପରିଷ୍କାର ପରିଛନ୍ନ ରଖିବା, କାର୍ଯ୍ୟାଳୟରେ ସାମାଜିକ ଦ୍ୱରତା ରକ୍ଷା କରାଯିବା, କାର୍ଯ୍ୟାଳୟକୁ ନିୟମିତ ସାନିଟାଇଜ କରିବା ପ୍ରଭୃତି କୋଭିଡ -୧୯ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରାଯିବ, କାର୍ଯ୍ୟାଳୟ ଓ ଷ୍ଟାଫ କିପରି କୋଭିଡ-୧୯କୁ ପ୍ରତିରୋଧ କରିବେ ସେ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ବିସ୍ତୃତ ସୂଚନା ସହ ନିର୍ଦେଶନାମା ପ୍ରଦାନ କରିଥିଲେ। ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ସେମାନଙ୍କ ଅଫିସରେ ଜଣେ ଜଣେ କୋଭିଡ-୧୯ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେବେ। କାର୍ଯ୍ୟାଳୟରେ ପ୍ରତ୍ୟେକ କର୍ମଚାରୀ ପରଷ୍ପର ମଧ୍ୟରେ ୬ଫୁଟ ବ୍ୟବଧାନରେ ବସି କାର୍ଯ୍ୟ କରିବେ। କାର୍ଯ୍ୟାଳୟକୁ ସୁଚାରୁ ରୂପେ ପରିଚାଳନା ଓ କୋଭିଡ-୧୯ ପ୍ରତିରୋଧ ପାଇଁ ଡାଇବେଟିସ, ରକ୍ତଚାପ, ହୃତପିଣ୍ଡ ଏବଂ ଯକୃତ ରୋଗୀମାନେ ଅଫିସ ନଆସି ଘରେ ରହି ଅଫିସ କାର୍ଯ୍ୟ କରିବେ। କାର୍ଯ୍ୟାଳୟରେ ସାମାଜିକ ଦ୍ୱରତା ବଜାର ରଖିବା ସହ ପ୍ରତ୍ୟେକ କର୍ମଚାରୀ ମାସ୍କ ପିନ୍ଧିବେ। ଅଫିସରେ ୧୦ଜଣ ବ୍ୟକ୍ତିଙ୍କୁ ଏକାଠି ଏକତ୍ରିତ କରାଯିବ ନାହିଁ। ଅଫିସକୁ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ହାତଧୋଇବାକୁ ପାଣି ବାଲଟି, ସାବୁନ ଓ ମଗ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ। ପ୍ରତ୍ୟେକ କାର୍ଯ୍ୟାଳୟର ଅଧିକାରୀମାନେ କାର୍ଯ୍ୟାଳୟକୁ ନିୟମିତ ଭାବେ ଅଗ୍ନିଶମ ବିଭାଗ ସହାୟତାରେ ସାନିଟାଇଜ କରିବେ। ଅଫିସରେ ସଫା ଏବଂ ସ୍ୱଛତା ସର୍ବଦା ବଜାୟ ରଖିବା ଉପରେ ଧ୍ୟାନଦେବେ। ଅଫିସରେ ସଭାସମିତି କରିବାକୁ ଆବଶ୍ୟକ ହେଲେ କେବଳ ସାନିଟାଇଜେସନ ଓ ସାମାଜିକ ଦ୍ୱରତାସହ ୧୦ଜଣଙ୍କୁ ନେଇ ଅତିବେଶୀରେ ୩୦ମିନିଟ ସମୟ ମଧ୍ୟରେ ସଭା ସମାପ୍ତ କରିବେ। ଅଫିସକୁ ଆସୁଥିବା ବାହାର ଚିଠି ଗୁଡିକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବା ବାକ୍ସରେ ଗ୍ରହଣ କରାଯିବ। କୈାଣସି କର୍ମଚାରୀଙ୍କୁ ଥଣ୍ଡା, କାଶ କିମ୍ବା ଜ୍ୱର ହେଲେ ଅଥବା କୋଭିଡ-୧୯ ଲକ୍ଷଣ ଦେଖାଦେଲେ ସେହି କର୍ମଚାରୀ ଜଣଙ୍କୁ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦେଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୂଚନା ରଖାଯିବା ସହ ତାଙ୍କ ମୋବାଇଲ ନମ୍ବର ଜିଲ୍ଲା କୋଭିଡ-୧୯ ନିୟନ୍ତ୍ରଣ କକ୍ଷକୁ ପ୍ରଦାନ କରାଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର, କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ -୧ର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। କୋଭିଡ-୧୯ ଅଡିଟର ବିସ୍ତୃତ ସୂଚନା ପ୍ରାପ୍ତି ନିମନ୍ତେ ଏବଂ ପରାମର୍ଶ ପାଇଁ ଜିଲ୍ଲା କୋଭିଡ -୧୯ ଅଡିଟ ପ୍ରୋଟକଲ ନୋଡାଲ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ପ୍ରଶାନ୍ତ ସେଠୀଙ୍କୁ ମୋବାଇଲ ନମ୍ବର -୭୯୭୮୭୨୭୧୨୮ରେ ଯୋଗେଯାଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.