Home କୋରାପୁଟ କୋଭିଡ ହସପିଟାଲକୁ ମୈତ୍ରୀ ଇନଫ୍ରା ଦେଲା ଏକଶହ ଅକ୍ସିଜେନ ଫ୍ଲୋ ମିଟର

କୋଭିଡ ହସପିଟାଲକୁ ମୈତ୍ରୀ ଇନଫ୍ରା ଦେଲା ଏକଶହ ଅକ୍ସିଜେନ ଫ୍ଲୋ ମିଟର

51

କୋରାପୁଟ ୦୩-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ମହାମାରୀ କରୋନାର ପ୍ରକୋପ ଜାରି ରହିଥିବାବେଳେ ମୈତ୍ରୀ ଇନଫ୍ରାଷ୍ଟ୍ରକଚର ଏଣ୍ଡ  ମାଇନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା  ଜୟପୁର ଓ କୋରାପୁଟ କୋଭିଡ ହସପିଟାଲକୁ ଏକଶହ ଅକ୍ସିଜେନ ଫ୍ଲୋ ମିଟର ପ୍ରଦାନ କରାଯାଇଛି । ଜିଲ୍ଲାପାଳ  ଅବଦ୍ଦାଲ ଏମ ଅଖତରଙ୍କ ଅନୁରୋଧ କ୍ରମେ  ମୈତ୍ରୀ ଇନଫ୍ରାଷ୍ଟ୍ରକଚର ଏଣ୍ଡ ମାଇନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଟି.ଶ୍ରୀନିଭାସ ରାଓଙ୍କ  ନିର୍ଦ୍ଦେଶରେ କର୍ମଚାରୀମାନେ  ଅକ୍ସିଜେନ ଫ୍ଲୋ ମିଟର ହସପିଟାଲ କର୍ତୂପକ୍ଷଙ୍କୁ  ହସ୍ତାନ୍ତର କରିଛନ୍ତି । କମ୍ପାନୀର ଏଚଆର ମ୍ୟାନେଜର ଲଳିତ ବ୍ରହ୍ମାଙ୍କ ନେତୃତ୍ୱରେ  ଜନ ସମ୍ପର୍କ ଅଧିକାରୀ ପିଲୁ ଗରଡା,ତୂଷାର କାନ୍ତ ତୁରୁକ,ପୃଷ୍ଟି ଦୁରିଆ ପ୍ରମୁଖ କୋରାପୁଟ ଓ ଜୟପୁର କୋଭିଡ ହସପିଟାଲକୁ ଯାଇ  ଅକ୍ସିଜେନ ଫ୍ଲୋ ମିଟର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.