Home Coronavirus Outbreak କୋଭିଡ ରିଲିଫ ସହାୟତା ସମ୍ପର୍କିତ ସୂଚନା

କୋଭିଡ ରିଲିଫ ସହାୟତା ସମ୍ପର୍କିତ ସୂଚନା

49
  • ଏପର୍ଯ୍ୟନ୍ତ ୧୮, ୦୦୬ ଅକ୍ସିଜେନ କନସେଣ୍ଟଟ୍ରେଟର, ୧୯, ୦୮୫ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୧୪, ୫୧୪ ଭେଣ୍ଟିଲେଟର/ ବିଆଇ ପିଏପି, ୭ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ, ୧୨ ଲକ୍ଷ ଫାଭିପିରାଭିର ବଟିକା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିତରଣ କରାଗଲାଣି/ପଠାଯାଇଛି

ନୂଆ ଦିଲ୍ଲୀ ୨୭-୫ (ଓଡ଼ିଆ ପୁ୍ଅ) ଭାରତ ସରକାର ଏପ୍ରିଲ ୨୭, ୨୦୨୧ରୁ ବିଭିନ୍ନ ଦେଶ/ସଂଗଠନ ପକ୍ଷରୁ ଅନ୍ତର୍ଜାତିକ ସହାୟତା ଭାବେ କୋଭିଡ-୧୯ ରିଲିଫ ଡାକ୍ତରୀ ଉପକରଣ ପାଉଛନ୍ତି। ଏଗୁଡିକୁ ତୁରନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଯାଉଛି।

ଏପ୍ରିଲ ୨୭, ୨୦୨୧ରୁ ମଇ ୨୬, ୨୦୨୧ ମଧ୍ୟରେ ସମୁଦାୟ ୧୮, ୦୦୬ ଅକ୍ସିଜେନ କନସେଣ୍ଟଟ୍ରେଟର, ୧୯, ୦୮୫ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୧୪, ୫୧୪ ଭେଣ୍ଟିଲେଟର/ ବିଆଇ ପିଏପି, ୭ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ, ୧୨ ଲକ୍ଷ ଫାଭିପିରାଭିର ବଟିକା ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି।

ମଇ ୨୫/୨୬, ୨୦୨୧ରେ ସିଙ୍ଗାପୁର, ବ୍ରୁନେଇ, ଓମାନ, ଅଣ୍ଟାରିଓ (କାନାଡା), ଇଜିପ୍ଟ, ସିଙ୍ଗାପୁର ରେଡକ୍ରସ ସୋସଇଟି, ସେଓ୍ୱା ଇଣ୍ଟରନ୍ୟାସନାଲ (ଅଷ୍ଟ୍ରେଲିଆ), ସ୍ୱିସ ଇଣ୍ଡିଆ ଚାମ୍ବର ଅଫ କମର୍ସ, ଫୋରମ ଅଫ ଇଣ୍ଡିଆନ ପ୍ରଫେସନାଲ (ହଂକଂ) ଓ ଫକ୍ସଓ୍ୱାଗନ (ଜର୍ମାନୀ)ରୁ ମିଳିଥିବା ସହାୟତା

ବ୍ୟବସ୍ଥିତ ଓ ସୁନିୟୋଜିତ ଉପାୟରେ ଅନ୍ତର୍ଜାତିକ ସହାୟତାଗୁଡିକର ସୁଷମ ବଣ୍ଟନ କରାଯାଇ ତ୍ୱରାନ୍ୱିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିୟମିତ ପଠାଯାଉଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିୟମିତ ଭାବେ ଏହି ପ୍ରକ୍ରିୟା ନୀରିକ୍ଷଣ କରୁଛନ୍ତି। ଅନୁଦାନ, ସହାୟତା ଓ ଦାନ ଭାବେ ମିଳୁଥିବା ବିଦେଶୀ ରିଲିଫ ସାମଗ୍ରୀ ଗ୍ରହଣ ଓ ଆବଂଟନରେ ସମନ୍ୱୟ ରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ଏକ ସ୍ୱତନ୍ତ୍ର ସମନ୍ୱୟ ସେଲ୍ ଗଠିତ ହୋଇଛି। ଏହି ସେଲ୍ ଏପ୍ରିଲ ୨୬, ୨୦୨୧ରୁ କାମ କରିବା ଆରମ୍ଭ କରିଛି। ମଇ ୨, ୨୦୨୧ରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଏକ ମାନକ ସଂଚାଳନ ପ୍ରକ୍ରିୟା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.