Home କେନ୍ଦ୍ରାପଡ଼ା କୋଭିଡ ଯୋଦ୍ଧା ମହିଳା ସରପଂଚଙ୍କ ପ୍ରତି ବିଜେଡି ପଂଚାୟତ ସଭାପତିଙ୍କ ଅଶ୍ଳିଳ ଓ ଆପତ୍ତିଜନକ ଭାଷା...

କୋଭିଡ ଯୋଦ୍ଧା ମହିଳା ସରପଂଚଙ୍କ ପ୍ରତି ବିଜେଡି ପଂଚାୟତ ସଭାପତିଙ୍କ ଅଶ୍ଳିଳ ଓ ଆପତ୍ତିଜନକ ଭାଷା ପ୍ରୟୋଗର ଅଡିଓ ଭାଇରାଲ : ସଦର ଥାନାରେ ଅଭିଯୋଗ

126

କେନ୍ଦ୍ରାପଡା ୨୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟ ସରକାର କୋଭିଡ ଯୋଦ୍ଧା ଭାବେ ଘୋଷଣା କରି ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିବା ଜନୈକ ମହିଳା ସରପଂଚଙ୍କ ପ୍ରତି ଅତ୍ୟନ୍ତ ଅଶ୍ଳିଳ ତଥା ଆପତ୍ତିଜନକ ଭାଷା ପ୍ରୟୋଗ କରି ଜଣେ ବିଜେଡି ପଂଚାୟତ ସଭାପତି ଅନ୍ୟ ଜଣଙ୍କ ସହ କଥା ହୋଇଥିବା ଅଡିଓଟି କିଛିଦିନ ତଳେ ଏକ ନିର୍ଦ୍ଦିଷ୍ଠ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହାଦ୍ୱାରା ସଂପୃକ୍ତ ମହିଳା ସରପଂଚଙ୍କ ସମ୍ମାନ ହାନି ହେବା ସହ ସାଧାରଣରେ ତାଙ୍କୁ ବଦନାମ କରି ନିନ୍ଦିତ କରାଯାଇଥିବାରୁ ସଂପୃକ୍ତ ସରପଂଚ ସଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ସଦର ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତର ହରିଡାଦଣ୍ଡା ଗ୍ରାମର ବୈଷ୍ଣବ ଚରଣ ସାମଲଙ୍କ ପୁଅ ବିଶ୍ୱଜିତ ସାମଲ ଭାଗବତପୁର ପଂଚାୟତର ଜଣେ ପୂର୍ବତନ ସମିତିସଭ୍ୟଙ୍କ ସହ ଚଳିତମାସ ୯ତାରିଖ ରାତିରେ ମୋବାଇଲରେ କଥା ହେବା ସମୟରେ ଭରତପୁର ପଂଚାୟତ ସରପଂଚଙ୍କ ପ୍ରତି ଉଦେଶ୍ୟମୂଳକ ଭାବେ ଅତ୍ୟନ୍ତ ଆଶାଳିନ ତଥା ଆପତ୍ତିଜନକ ଭାଷା ପ୍ରୟୋଗ କରିଛନ୍ତି। ସେହି କଥାବାର୍ତ୍ତାର ଅଡିଓଟି “ବିଜେପି ସଦର କେନ୍ଦ୍ରାପଡା”ନାମକ ସାମାଜିକ ଗଣମାଧ୍ୟମରେ ସେହିଦିନ ରାତିରେ ବିଶ୍ୱଜିତଙ୍କ ଜଣେ ସମ୍ପର୍କୀୟଙ୍କ ଦ୍ୱାରା ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ବିଶ୍ୱଜିତ ଭରତପୁର ପଂଚାୟତର ବିଜେଡି ସଭାପତି ଥିବା ଜଣାପଡିଛି। କରୋନା ମହାମାରୀର ମୁକାବିଲା କରୁଥିବା ଜଣେ କୋଭିଡ ଯୋଦ୍ଧା ମହିଳା ସରପଂଚଙ୍କୁ ଏଭଳି ଭାବରେ ସାଧାରଣରେ ଅପମାନିତ, ନିନ୍ଦିତ କରିବା ସହ ତାଙ୍କ ପ୍ରତି ଅତ୍ୟନ୍ତ ଆଶାଳୀନ ଓ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ସରପଂଚ ସଦର ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି ଯେ ସେହି ଅଭିଯୋଗ ଉପରେ ତଦନ୍ତ ଚାଲିଛି ଓ ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଥାନାକୁ ଡକାଯାଇ ପଚରାଉଚୁରା କରାଯିବା ପରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ ଥାନାକୁ ଆସିବାକୁ କହିଥିଲେ କିନ୍ତୁ ପରେ ତାଙ୍କ ମୋବାଇଲ ସୁଇଚଅପ ହୋଇଯାଇଛି। ଅନ୍ୟପଟରେ ସରପଂଚ ଏ ସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.