Home ଓଡ଼ିଶା କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ – ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା କଲେ

କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ – ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା କଲେ

110

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ଯୁଦ୍ଧରେ ସାମିଲ ହୋଇ ରୋଗରେ ସଂକ୍ରମିତ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଆଦି ଅଗ୍ରଣୀ କୋଭିଡ ଯୋଦ୍ଧା ମାନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏମାନେ ସମସ୍ତେ . ଲୋକଙ୍କୁ ସେବା ଯୋଗାଇବା ସମୟରେ କରୋନା ଭାଇର ଶିକାର ହୋଇଛନ୍ତି।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସାହସ, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାର ଭୂୟସୀ ପ୍ରଶଂସା କରିଥିଲେ। ସେମାନେ ସାରା ରାଜ୍ୟର ଲୋକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.