Home କେନ୍ଦୁଝର କୋଭିଡ ନିୟମ ଉଲଙ୍ଘନ, ୩ଟି ଦୋକାନ ସିଲ କଲା ପ୍ରଶାସନ

କୋଭିଡ ନିୟମ ଉଲଙ୍ଘନ, ୩ଟି ଦୋକାନ ସିଲ କଲା ପ୍ରଶାସନ

62

ହାଟଡ଼ିହି, ୨୮ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ମରୈଗାଁ, ହାଟଡିହି ଓ ଛେନାପଦି ବଜାରରେ ଥିବା ତିନୋଟି ଦୋକାନ କରୋନା କଟକଣା ନମାନିବାରୁ ପ୍ରଶାସନ ପକ୍ଷରୁ ଏହି ଦୋକାନ ଗୁଡିକୁ ୩ଦିନ ପାଇଁ ସିଲ କରାଯାଇଛି । ଖବରରୁ ଜଣାଯାଇଛି ଯେ ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବାପାଇଁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଥିବାବେଳେ ଆଜି ମରୈଗାଁ ଛକରେ ଥିବା ଜଗଦ୍ଧାତ୍ରୀ ବସ୍ତ୍ରାଳୟ, ହାଟଡିହିର ପୂଜା ଡ୍ରେସ ହାଉସ ଓ ଛେନାପଦିଛକର ମଞ୍ଜୁ ଲେଡିଜ କର୍ଣ୍ଣର ପ୍ରଭୃତି ଦୋକାନ ଗୁଡିକ କୋଭିଡ ନିୟମ ନମାନି ଦୋକାନ ଖୋଲାଯାଇଥିବାରୁ ସେଗଡିକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଓ ନନ୍ଦିପଦା ଥାନା ପୁଲିସ ଫୋର୍ସ ସହିତ ପହଞ୍ଚି ଦୋକାନ ଗୁଡିକୁ ୩୦ତାରିଖ ପର୍ଯ୍ୟନ୍ତ ସିଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.