Home ଓଡ଼ିଶା କୋଭିଡ କଟକଣାକୁ ଅମାନ୍ୟକରି ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପଶିଥିବା ୨ଭକ୍ତ ଗିରଫ

କୋଭିଡ କଟକଣାକୁ ଅମାନ୍ୟକରି ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପଶିଥିବା ୨ଭକ୍ତ ଗିରଫ

32

କେନ୍ଦ୍ରାପଡା, ୧/୧୧ – (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କୋଭିଡ କଟକଣାକୁ ଅମାନ୍ୟକରି ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଭିତରେ ପ୍ରବେଶ କରିଥିବା ୨ଜଣ ଭକ୍ତଙ୍କୁ ରବିବାର ଟାଉନଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଗତ ଶନିବାର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ମନ୍ଦିର ଭିତରକୁ ପ୍ରବେଶ କରି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଗତମାର୍ଚ୍ଚମାସ ୧୭ତାରିଖରୁ ମନ୍ଦିର ଭିତରକୁ ପ୍ରବେଶ ଉପରେ କୋଭିଡ -୧୯ ଜନିତ କଟକଣା ଲାଗୁ ହୋଇଥିବା ବେଳେ ଏବଂ ଏବେ ସୁଦ୍ଧା ସେହି କଟକଣା ବଳବତ୍ତର ରହିଥିବା ବେଳେ ସରକାରଙ୍କ କଟକଣାକୁ ଅମାନ୍ୟ କରି ମନ୍ଦିର ଭିତରକୁ ପ୍ରବେଶ କରିବା ଉଚିତ ନିହେଁ। ସରକାରଙ୍କ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି ରବିବାର ଶ୍ରୀଜୀଉଙ୍କ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଯୋଗୁଁ ୨ଜଣଙ୍କୁ ଟାଉନ ଥାନା ପୋଲିସ ଗିରଫ କରିନେଇଛି। ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପୋଲିସ ସୁତ୍ରରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.