ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବାରିକପୁର ବଜାର, ରାମଚନ୍ଦ୍ରପୁର, ନପଙ୍ଗ ଆଦି ଅଞ୍ଚଳର ବ୍ୟବସାୟୀମାନେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗରେ ଜରିମାନା ଦେଇଛନ୍ତି । ବ୍ଲକ କୋଭିଡ ମାର୍କେଟିଂ ଇନିସପେକ୍ଟର ରେବତୀସ ସିଂ ନାୟକଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଏହି ଚଢାଉ କରାଯାଇଥିଲା । କଟକଣା ସମୟରେ ବିଭିନ୍ନ ଦୋକାନ, ହୋଟେଲ, ଜଳଖିଆ ଦୋକାନ ଆଦି ନିୟମ ପାଳନ କରୁନଥିବା ଦେଖାଯାଇଥିଲା । ଏନଫୋର୍ସମେଣ୍ଟ ଟିମ ଅମାନିଆ ବ୍ୟବସାୟୀଙ୍କ ଠାରୁ ଜରିମାନା ଆଦାୟକ କରିଥିବା ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ପ୍ରକାଶ ।