Home କେନ୍ଦୁଝର କୋଭିଡ ଆକ୍ରାନ୍ତଙ୍କୁ ରିପୋର୍ଟ ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ

କୋଭିଡ ଆକ୍ରାନ୍ତଙ୍କୁ ରିପୋର୍ଟ ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ

41

ହାଟଡ଼ିହି, ୨୨/୫ : (ଓଡିଆପୁଅ / ବିକାଶ ବିଶ୍ୱାଳ) କୋଭିଡ ଆକ୍ରାନ୍ତ ମାନଙ୍କୁ ସୁଚନା ପ୍ରଦାନ କରିବାରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କୋଭିଡ ପରୀକ୍ଷା ପାଇଁ ନମୁନା ଦେବାର ତିନିଦିନ ପରେ ପଜେଟିଭ ରିପୋର୍ଟ ଆସିବାରୁ ରୋଗୀମାନେ ସେତେବେଳକୁ ଅନ୍ୟ ମାନଙ୍କ ସଂଷ୍ପର୍ଶରେ ଆସିଯାଉଥିବାରୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ପଞ୍ଚୁଗୋଛିଆ ପଞ୍ଚାୟତର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଏପରି ଅଭିଯୋଗ କରିବା ସହିତ ତିନିଦିନ ପରେ ରିପୋର୍ଟ ଆସିବା ଓ ତାହାର ଦୁଇଦିନ ପରେ ସ୍ୱାସ୍ଥ୍ୟ ବିଭାଗ ତାଙ୍କ ପାଖକୁ କିଛି ଔଷଧ ପଠାଇବା ନେଇ ଅଭିଯୋଗ କରିଛନ୍ତି । ରିପୋର୍ଟ ବିଳମ୍ବରେ ଆସିବାରୁ ସେ ଅନେକ ଲୋକଙ୍କ ସଂଷ୍ପର୍ଶରେ ଆସିଯାଇଥିଲେ ବୋଲି କହିଛନ୍ତି । ଖାଲି ସେ ନୁହଁନ୍ତି ତାଙ୍କ ପଞ୍ଚାୟତରେ ଆହୁରି ଦୁଇଜଣ ମଦ୍ୟ ସମାନ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରର ବିପିଏମ ଚନ୍ଦନ କୁମାର ସାହୁଙ୍କୁ ପଚାରିବାରେ ସେ ଆରଟିପିସିଆର ରିପୋର୍ଟ ଅ।।ସିବାରେ ବିଳମ୍ବ ହେଉଛି । ଯେଉଁମାନେ ନମୁନା ପରୀକ୍ଷା ପାଇଁ ଦେଉଛନ୍ତି ସେମାନଙ୍କୁ ରିପୋର୍ଟ ଆସିବା ପର‌୍ୟ୍ୟନ୍ତ ସଂଗରୋଧରେ ରହିବାକୁ କୁହାଯାଉଛି । ଏବେ ତ ଅନଲାଇନ ମାଧ୍ୟମରେ ତାଙ୍କର ରିପୋର୍ଟ ଦେଖି ପାରିବେ । ଅନ୍ୟପକ୍ଷରୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦୁଇଟି ମୋବାଇଲ ଟିମ କରାଯାଇ କରୋନା ଆକ୍ରାନ୍ତ ମାନଙ୍କୁ ଚିକିତ୍ସାସେବା ଯୋଗାଇ ଦିଆଯାଉଛି । ଗୋଟିଏ ଗୋଟିଏ ଦିନରେ ୩୦ପାଖାପାଖି ପଜେଟିଭ ଚିହ୍ନଟ ହେଉଥିବାରୁ ଦୁଇଗୋଟି ଟିମ ଦ୍ୱାରା ୩୦ଟି ପଞ୍ଚାୟତର ଗାଁକୁ ଯାଇ ସେବା ଯୋଗାଇବା କଷ୍ଟକର ହୋଇପଡୁଛି । ତଥାପି ଆମେ ଏଥିରେ ସୁଧାର ଆଣିବାପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.