ମାଲକାନଗିରି ,୧୦ା୧୧(ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମାହିମାରି ବ୍ୟାପିଥିବାରୁ ଏଥିରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା ୭୫ଜଣ ଏଏନଏମଙ୍କୁ ଗତ ତିନିମାସର ଦରମା ନଦେଇ ଗତ କାଲି ଛଟେଇକରି ଦିଆଯାଇଛି । ଭୟାବହ କରୋନା ମହାମାରି ସମୟରେ ନିଜଜୀବନକୁ ବାଜିଲଗାଇ କୋରନା ଆକ୍ରାନ୍ତ ମାନଙ୍କ ସେବା କରିବା ଓ ଗାଁ ଗାଁ କୁ ଯାଇ କରୋନା ସଂକ୍ରମଣଙ୍କୁ ଚିହ୍ନଟକରି ସେମାନଙ୍କୁ ସଚେତନ କରାଇ କୋଭିଡ ହସପିଟାଲକୁ ଆଣିବା ଆଦି କାର୍ଯ୍ୟ କରିଆସୁଥିଲେ ମଧ୍ୟ ମାତ୍ର ତିନିମାସ ମଧ୍ୟରେ ସେମାନଙ୍କୁ ଅନ୍ୟାୟ ଭାବେ ଛଟେଇ କରିଦିଆ ଯିବା ଘଟଣାକୁ ଏଏନଏମ ମାନେ ନାପସନ୍ଦ କରିଛନ୍ତି । ଅନ୍ୟାନ ଜିଲ୍ଲା ଗୁଡିକରେ ଠିକ ଭାବେ ଦରମା ଦେଇ ସେମାନଙ୍କୁ କାମରୁ ଛଟେଇ କରିନଥିବା ବେଳେ କେବଳ ମାଲକାନଗିରି ଜିଲ୍ଲାରେ ତିନିମାସର ଦରମା ନଦେଇ ଛଟେଇ କରିଦିଆ ଯିବା ଘଟଣାକୁ ବିରୋଧ କରି ଆଜି ଛଟେଇ ହୋଇଥିବା ଏଏନଏମ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ତୁରନ୍ତ ସେମାନଙ୍କୁ ଦରମା ଦେବା ସହିତ ସେମାନଙ୍କୁ କାର୍ଯ୍ୟାରେ ପୁନ୍ନ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ଦେଇଛନ୍ତି । ଏହା ବ୍ୟତିତ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଓ ମା ଘର ସାନ୍ତି ସେନାର ସଭାନେତ୍ରୀ ପ୍ରସାନ୍ତିଲତା ବିଷୋୟୀ ଙ୍କୁ ଜଣାଇଛନ୍ତି