Home ଜିଲ୍ଲା ପରିକ୍ରମା କୋଭିଡ୍ ଯୋଦ୍ଧାଙ୍କୁ ଦ ଥାର୍ଡ ଆଇ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା

କୋଭିଡ୍ ଯୋଦ୍ଧାଙ୍କୁ ଦ ଥାର୍ଡ ଆଇ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା

73

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ଗ୍ରାମ ପଞ୍ଚାୟତ ଏବେ କରୋନା ମୁକ୍ତ ପଂଚାୟତ ଭାବେ ଚର୍ଚ୍ଚାରେ ରହିବା ସହିତ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଅନ୍ୟ ପଂଚାୟତମାନଙ୍କ ପାଇଁ ଏହା ଉଦାହରଣ ସୃଷ୍ଟି କରିଛି । ଏଠାରେ ସଙ୍ଗରୋଧରେ ରହିବା ପାଇଁ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିରରେ ସର୍ବାଧିକ ୯୯ ଜଣ ଅନ୍ତେବାସୀ ରହିଥିବାବେଳେ ଏବେ ମାତ୍ର ୪ ଜଣ ପ୍ରବାସୀ ଓଡ଼ିଆ ରହିଥିବାର ଜଣାଯାଇଛି । ସବୁଠାରୁ ବଡକଥା ହେଲା ଏହି ଶିବିରରୁ ଜଣେ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇନାହାଁନ୍ତି । ତେଣୁ ଏହି କରୋନା ମୁକ୍ତ ପଂଚାୟତର ଗୌରବ ବହନ କରିପାରିଛି । ଏହାର ସମସ୍ତ ଶ୍ରେୟ ସରପଞ୍ଚଙ୍କ ସମେତ ଅଙ୍ଗନୱାଡି ଆଉ ଆଶାକର୍ମୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାର ସହିତ ଦାୟିତ୍ୱ ନିଭାଇବା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦ ଥାର୍ଡ ଆଇ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ପ୍ରମିଳା ସାହୁ, ଗୋପାଳକୃଷ୍ଣ ପଣ୍ଡା, ନୋଡାଲ ଅଫିସର ଅଶୋକ ରାଉତ, ଅଙ୍ଗନୱାଡି କର୍ମୀ କୁମୁଦୁନୀ ରାଉତ, ଆଶାକର୍ମୀ ଉର୍ମିଳା ବେହେରା ଓ ଚନ୍ଦନ କୁମାର ଭୂୟାଁ ପ୍ରମୁଖଙ୍କୁ ଫାଉଣ୍ଡେସନ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା । ଦ ଥାର୍ଡ ଆଇ ଫାଉଣ୍ଡେସନର ଏହି ପ୍ରତ୍ସାହନମୂଳକ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲ ଓ ସର୍ବସାଧାରଣରେ ପ୍ରଶଂସା କରାଯାଇଥିବାବେଳେ ଅନୁଷ୍ଠାନର ସମସ୍ତ ସଭ୍ୟ/ସଭ୍ୟା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.