Home ଜିଲ୍ଲା ପରିକ୍ରମା କୋବିଡ଼ ନିୟମ ମାନି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳିତ

କୋବିଡ଼ ନିୟମ ମାନି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳିତ

116

ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଜିଲ୍ଳା ସ୍ତରୀୟ ୭୪ତମ ସ୍ୱଧୀନତା ଦିବସ ଉତ୍ସବ କୋବିଡ ନିୟମ ମାନି ନିରାଡମ୍ବର ଭାବେ ସୀମିତ ଅତିଥିଙ୍କ ଉପସ୍ଥିତିରେ ପାଳିତ ହୋଇ ଯାଇଛି। ଜିଲ୍ଲାପାଳ ଡ- ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ଠିକ ୯ଟା ୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। କେବଳ ପୁଲିସର ୨ଟି ବାହିନୀ ଏଥିରେ ଭାଗ ନେଇ ଜାତୀୟ ପତାକାକୁ ସଲାମୀ ଦେଇଥିଲେ। ଜିଲ୍ଲାପାଳ ଡ- ଦାସ ଏହି ଅବସରରେ ଭଦ୍ରକର ବରପୁତ୍ରମାନଙ୍କୁ ସ୍ମରଣ କରିବା ସହିତ ସମ୍ପ୍ରତି ସମଗ୍ର ବିଶ୍ୱକୁ ଗ୍ରାସିଥିବା କରୋନା ମହାମାରୀ ସହ ଲଢେଇ କରିବାକୁ ଜିଲ୍ଲାବାସୀଙ୍କ ଆହ୍ୱାନ ଦେଇଥିଲେ। କରୋନା ମୁକରାବିଲାରେ ଯୋଦ୍ଧା ଭାବେ ନିଜକୁ ସମର୍ପଣ କରି ଦିନରାତି ଯେଉଁମାନେ ଯୁଦ୍ଧ କରି ଚାଲିଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ୮ଜଣ କୋବିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୌଦାମିନୀ ଧଳ, ଧାମନଗର ଥାନା ସହକାରୀ ଉପନୀରିକ୍ଷକ ପ୍ରଦୀପ କୁମାର ଦାସ, ପୁରୁଣାବଜାର ଥାନା କନଷ୍ଟେବଳ ବଳରାମ ନନ୍ଦ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଷ୍ଟାପଫନର୍ସ ଚିନ୍ମୟୀ ସ୍ୱାଇଁ, ଜିଲ୍ଲା କୋବିଡ଼ ହସ୍‌ପିଟାଲ ଷ୍ଟାଫ୍‌ନର୍ସ କମଳା ପ୍ରଧାନ, ଲକ୍ଷ୍ମୀଦାସପୁର ସବ୍‌ସେଣ୍ଟର ଆଶା ପ୍ରତିଭା ବେହେରା, ଭଦ୍ରକ ପୌରପାଳିକା ନୁଣିଆମହଲା ଆଶା ଅଫ୍ରୁଜା ଖାତୁନ, ଧମାନଗର ବ୍ଲକ ନଦୀଗାଁ ଆଶା ମିନତୀ ସାହୁ। ଏହି ଜାତୀୟ ଉତ୍ସବରେ ଏସପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ ସମେତ ସୀମିତ ଅତିଥି ଉପସ୍ଥିତ ଥିଲେ। ଜିଲ୍ଳା ସୂଚନା ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ପାଳିତ ଉତ୍ସବରେ ରିଜର୍ଭ ଇନିସ୍ପେକ୍ଟର ମନୋରଞ୍ଜନ ତରେଇ ପରେଡ ପରିଚାଳନା କରିଥିଲେ। ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପ୍ରଚାର କରାଯାଇଥିବା ବେଳେ ପୌରପାଳିକା ପକ୍ଷରୁ ସହରରେ ସ୍ଥାପିତ ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଭଦ୍ରକ ବ୍ଲକ ପକ୍ଷରୁ ବ୍ଳକ ସମ୍ମୁଖରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଫଳକରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। କୋବିଡ଼ ପାଇଁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.