Home ଅପରାଧ କୋଟି କୋଟି ଟଙ୍କାର ଜି ଏସ ଟି ଟଙ୍କା ଠକେଇ ମାମଲାରେ ମାଆ ପୁଅଙ୍କୁ ଚାଲିଛି...

କୋଟି କୋଟି ଟଙ୍କାର ଜି ଏସ ଟି ଟଙ୍କା ଠକେଇ ମାମଲାରେ ମାଆ ପୁଅଙ୍କୁ ଚାଲିଛି ଜେରା

96

ବଲାଙ୍ଗୀର, ୦୯-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଏସଟି ଠକେଇ ମାମଲାରେ ମାପୁଅ ଅଟକ। ଆଜି ଦ୍ୱିତୀୟ ଦିନରେ ଜିଏସଟି ଓ ପୋଲିସ୍ ଅଧିକାରୀ ପଚରା ଉଚରା ଜାରି ରଖିଛନ୍ତି। ଗତକାଲି ବିଳମ୍ବିତ ରାତି ଯାଏ ମା ପୁଅକୁ ଜେରା କରାଯାଇଥିଲା। ଏବେ ବି ଉଭୟଙ୍କୁ ପଚରାଉଚୁରା ଜାରି ରହିଛି।

ବଲାଙ୍ଗିର ଜିଲ୍ଲାରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ଗତକାଲି ଦୁଇ ମା ପୁଅକୁ ଘରୁ ଉଠାଇ ଆଣିଥିଲା ଟାଉନ୍ ଥାନା ପୋଲିସ। ଜିଏସଟି ଘଟଣାରେ ସଂପୃକ୍ତ ମା ପୁଅକୁ ବଲାଙ୍ଗିର ଆଦର୍ଶ ଟାଉନ୍ ଥାନାରେ ପୋଲିସ ପଚରା ଉଚରା ଜାରି ରଖିଛି। ଠକେଇର ଶିକାର ନିରୀହ ଲୋକ ଓ ଘଟଣାର ମାଷ୍ଟର ମାଇଣ୍ଡ ଗାୟତ୍ରୀ ଜୟସ୍ୱାଲ୍ ଓ ବୀରେନ୍ଦ୍ର କୁମାର ଜୟସ୍ୱାଲଙ୍କୁ ତନ୍ନ ତନ୍ନ କରି ପଚରା ଉଚରା ଚଳାଇଛନ୍ତି ଜିଏସଟି ଅଧିକାରୀ ଓ ଥାନା ଅଧିକାରୀ।

ଅଭିଯୋଗ ଅନୁସାରେ, ଜିଲ୍ଲାରେ ଗରିବ ଲୋକଙ୍କ ନାରେ ନକଲି କମ୍ପାନୀ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇ ଥିବା ଜଣା ପଡିଥିଲା। ଚାଷୀ, ମହିଳା ଏବଂ ଗରିବ ଲୋକଙ୍କୁ ମୋହରା କରି ତାଙ୍କ ନାଁରେ ମିଛ କମ୍ପାନୀ ଖୋଲିଛି। ତେବେ ଜିଲ୍ଲାର ଦେଓଗାଁ ଥାନା ଅନ୍ତର୍ଗତ ସାରସମାଳ ଗ୍ରାମର ମହିଳା ମୀନା ସାହୁଙ୍କୁ ବଲାଙ୍ଗିର ସହର ଟିକ୍ରାପଡ଼ାର ଗାୟତ୍ରୀ ଜୟସ୍ୱାଲ୍ ଋଣ କରି ଦେବାର ପ୍ରଲୋଭନ ଦେଖାଇଥିଲେ। ଏପରିକି ତାଙ୍କ ସହ ଆହୁରି ୧୦ ଜଣ ଲୋକଙ୍କୁ ଠିକ୍ କରିବା ପାଇଁ କହିଥିଲେ। ସେ ଅନୁଯାୟୀ ମୀନା ତାଙ୍କ ସମ୍ପର୍କୀୟଙ୍କଠାରୁ ଆବଶ୍ୟକ କାଗଜପତ୍ର ଆଣି ଦେଇଥିଲେ। ହେଲେ ଋଣ ମିଳିବ କଣ ତାଙ୍କ ନାରେ ମିଛ କମ୍ପାନୀ ଖୋଲି କୋଟି କୋଟି ଟଙ୍କା ଜିଏସଟି ଠକେଇ କରିଥିବାର ଜଣାପଡ଼ିଛି।

ପ୍ରାରମ୍ଭିକ ଭାବରେ ଜିଏସଟି ବିଭାଗ ସଇଁତଳାର ଜଣେ ଚାଷୀ ରବୀନ୍ଦ୍ର ଭୋଇଙ୍କ ନାରେ ସିନ୍ଦୁଜା ଷ୍ଟିଲ କମ୍ପାନୀ ଖୋଲା ଯାଇ ଏକ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ହୋଇଥିବା ସାମ୍ନାକୁ ଆସିଛି। ସେହିପରି ସାରସମାଳର ସବିତା ରଣା ଓ ନରେନ୍ଦ୍ର ସାହୁଙ୍କ ନାରେ ମଧ୍ୟ ଅନୁରୂପ ଭାବରେ ଫେକ୍ କମ୍ପାନୀ ଖୋଲାଯାଇ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜିଏସଟି ଠକେଇ ହୋଇଛି। ଏନେଇ ଠକେଇର ଶିକାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।

ଏହାପରେ ଘଟଣାର ମାଷ୍ଟର ମାଇଣ୍ଡ ଗାୟତ୍ରୀ ଜୟସ୍ୱାଲ୍ ଓ ତାଙ୍କ ପୁଅ ବିରେନ୍ଦ୍ର କୁମାର ଜୟସ୍ୱାଲ୍ ଙ୍କୁ ଟାଉନ୍ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ୍। ତେବେ ଜିଏସଟି ଠକେଇ ୬ କୋଟିରୁ ଅଧିକ ଟଙ୍କା ହୋଇଥିବା ସନ୍ଦେହ କରାଯାଉଛି। ଦଶ ଜଣ ନୀରିହ ଲୋକଙ୍କ ଠାରୁ କାଗଜପତ୍ର ନେଇଥିବା ବେଳେ ଏଯାଏଁ ୩ ଜଣଙ୍କ ନାଁରେ ମିଛ କମ୍ପାନୀ ଖୋଲା ଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ଦିଗରେ ଜିଏସଟି ବିଭାଗ ଓ ପୋଲିସ୍ ମିଳିତ ଭାବରେ ତଦନ୍ତ କରୁଛନ୍ତି। ହେଲେ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ତଦନ୍ତ ପରେ ସବୁ ତଥ୍ୟ ସାମନାକୁ ଆସିବ ବୋଲି କହିଛନ୍ତି ଜିଏସଟି ଅଧିକାରୀ। ତେବେ କେବଳ ୩ ଜଣ ନା ଆହୁରି ଅନେକ ଲୋକଙ୍କ ନାଁରେ ଫେକ୍ କମ୍ପାନୀ ଖୋଲା ଯାଇଛି ତାହା ତଦନ୍ତ ସରିବା ପରେ ଜଣା ପଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.