Home ଓଡ଼ିଶା କୋଟିଏ ଟଙ୍କା ଖର୍ଚ୍ଚରେ ନିର୍ମିତ ମା ମଣିନାଗ କଲ୍ୟାଣ ମଣ୍ଡପ କାର୍ଯ୍ୟରେ ଆସୁନି

କୋଟିଏ ଟଙ୍କା ଖର୍ଚ୍ଚରେ ନିର୍ମିତ ମା ମଣିନାଗ କଲ୍ୟାଣ ମଣ୍ଡପ କାର୍ଯ୍ୟରେ ଆସୁନି

123

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୮-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଗୋଟିଏ କଲ୍ୟାଣ ମଣ୍ଡପ ନଥିବାରୁ ବିବାହ, ବ୍ରତ, ସଭାସମିତି ପାଇଁ ଲୋକମାନେ ବହୁତ ହଇରାଣ ହେଉଥିଲେ । ରଣପୁର ର ପୁର୍ବତନ ବିଧାୟକ ତଥା ପୁର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ରଙ୍କର ଉଦ୍ୟମରେ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ରଣପୁର ମଣିନାଗ ପୀଠରେ ମା ମଣିନାଗ କଲ୍ୟାଣ ମଣ୍ଡପର କାର୍ଯ୍ୟ ଆରମ୍ଭ ହୋଇଥିଲା । ରଣପୁର ବ୍ଲକ୍ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥାଇ ଠିକାଦାର କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ତରବରିଆ ଭାବେ ଏହି ମା ମଣିନାଗ କଲ୍ୟାଣ ମଣ୍ଡପକୁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିଲା ।କିନ୍ତୁ ଏବେବି ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇନାହିଁ କି ବିଦ୍ୟୁତ୍ ସଂଯୋଗ ହୋଇନାହିଁ । ପ୍ରକଳ୍ପଟି କାର୍ଯ୍ୟକାରୀ ନ ହେବାରୁ ସଂଧ୍ୟାରେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ଖବର ସଂଗ୍ରହରୁ ଜଣାଯାଏ ଯେ କାର୍ଯ୍ୟ କରିଥିବା ଠିକାଦାର ତାର ପ୍ରାପ୍ୟ ନ ପାଇବାରୁ ପ୍ରକଳ୍ପଟିକୁ ହସ୍ତାନ୍ତର କରୁନାହିଁ । ଏ ସମ୍ପର୍କେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ କାର୍ଯ୍ୟ କରିଥିବା ଠିକାଦାର ତାର ପ୍ରାପ୍ୟ ନ ପାଇବାରୁ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ପାରୁନି କି ଗୃହ ହସ୍ତାନ୍ତର ହୋଇପାରୁନାହିଁ । ଏ ସମ୍ପର୍କେ ରଣପୁର ବିଡିଓ ପଂଚାନନ ପଟ୍ଟାୟତଙ୍କ ସହ ଯେତେ ଯୋଗା ଯୋଗ କଲେ ମଧ୍ୟ ସେ ଫୋନ୍ ଉଠାଉ ନାହାନ୍ତି । ନୟାଗଡ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ସୁବାଷ ଚନ୍ଦ୍ର ରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ଏହି କୋଟିଏ ଟଙ୍କା ବ୍ୟୟର କଲ୍ୟାଣ ମଣ୍ଡପ ଭୁତକୋଠୀ ପାଲଟିଛି ଏ ଖବର ମୋ ପାଖରେ ନାହିଁ ଆପଣଙ୍କଠାରୁ ଖବର ପାଇଲି । କଲ୍ୟାଣ ମଣ୍ଡପ କିଭଳି କାର୍ଯ୍ୟକ୍ଷମ ହେବ ସେଥିପାଇଁ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.