Home ଅନୁଗୁଳ ଆତ୍ମନିର୍ଭର ଭାରତ ଗଠନ କରିବାରେ ପଥ ପ୍ରଦର୍ଶକ ହେବ ନୂତନ ଶିକ୍ଷାନୀତି

ଆତ୍ମନିର୍ଭର ଭାରତ ଗଠନ କରିବାରେ ପଥ ପ୍ରଦର୍ଶକ ହେବ ନୂତନ ଶିକ୍ଷାନୀତି

165

ତାଳଚେର,୧୩/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଶିକ୍ଷା ବିକାଶ ସମିତିର ମଧ୍ୟ ସମ୍ଭାଗ ପ୍ରଚାର ବିଭାଗ ପକ୍ଷରୁ ନୂତନ ଶିକ୍ଷାନୀତି ଉପରେ ଏକ ଅନ୍ ଲାଇନ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧ୍ୟ ସମ୍ଭାଗ ସଂଯୋଜକ କିଶୋର କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ବକ୍ତା ଭାବରେ ଶିଶୁ ସାହିତ୍ୟିକ ତଥା ଶିକ୍ଷା ସୃଜନୀ ପତ୍ରିକାର ସମ୍ପାଦକ ମହେନ୍ଦ୍ର କୁମାର ଘଡେଇ,ପ୍ରାନ୍ତ ପ୍ରଚାର ପ୍ରମୁଖ ସମୀର ରଞ୍ଜନ ମହାନ୍ତି,ପ୍ରାନ୍ତ ସଂଯୋଜକ ଦେବେନ୍ଦ୍ର କୁମାର ପଟ୍ଟନାୟକ,ସୁଧୀର କୁମାର ନାୟକ,ଅବସରପ୍ରାପ୍ତ ଶିକ୍ଷାବିତ୍ ରମେଶ ଚନ୍ଦ୍ର ମିଶ୍ର,ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର, ବରିଷ୍ଠ ନାଗରିକ ମଂଚର ସଭାପତି ବିଶ୍ୱନାଥ ବେହେରା,ରବିନ୍ଦ୍ରନାଥ ଜେନା,ସାହିତ୍ୟିକା ନିରୂପମା ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ନୂତନ ଶିକ୍ଷାନୀତି ଉପରେ ଆଲୋଚନା କରିବା ସହ ଆତ୍ମନିର୍ଭର ଭାରତ ଗଠନ କରିବାରେ ଏହା ପ୍ରମୁଖ ପଥପ୍ରଦର୍ଶକ ହେବ ବୋଲି ମତପ୍ରକାଶ କରିଥିଲେ । ଏହା ସହିତ ଭାରତୀୟ ସଂସ୍କୃତିର ମହନୀୟ ପରମ୍ପରାକୁ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ଡିଜିଟାଲ ଜ୍ଞାନକୌଶଳର ବ୍ୟବହାର ଏକାନ୍ତ ଆବଶ୍ୟକ ତଥା ନିଜର ମାତୃଭାଷାକୁ ପ୍ରାଧାନ୍ୟ ଦେବାକୁ ବକ୍ତା ମାନେ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଗୋଳ ବିଭାଗ ନିରୀକ୍ଷକ ବିଜନ କୁମାର ଜେନା ଓ ଢେଙ୍କାନାଳ ବିଭାଗ ନିରୀକ୍ଷକ ସୁଧୀର କୁମାର ନାୟକ ସଂଯୋଜନା କରିଥିଲେ । ଏଥିରେ ଆମ୍ବମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରର ସଭାପତି ଆର୍ତତ୍ରାଣ ପାଣି,କଳମଛୁଇଁ ଶିଶୁ ମନ୍ଦିରର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,ସଞ୍ଜିବ କୁମାର ନାଏକ,ସନ୍ତୋଷ କୁମାର ମିଶ୍ର, ବିଘ୍ନେଶ୍ୱର ସାହୁ,ଜ୍ୟୋତିରଞ୍ଜନ ଧର,ହରିଶଙ୍କର ସାମନ୍ତ,ବିନୟ କୁମାର ପରିଡାଙ୍କ ସମେତ ବହୁ ବୁଦ୍ଧିଜୀବି,ସାହିତ୍ୟିକ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.