Home ଜିଲ୍ଲା ପରିକ୍ରମା କୋଟିଆ ଗ୍ରାମପୁଞ୍ଜରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଓ କୁଟୁମ୍ବ ଗୃହ ବିଧାୟକଙ୍କ ଦ୍ବାରା ଉଦଘାଟିତ

କୋଟିଆ ଗ୍ରାମପୁଞ୍ଜରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଓ କୁଟୁମ୍ବ ଗୃହ ବିଧାୟକଙ୍କ ଦ୍ବାରା ଉଦଘାଟିତ

62

 

କୋରାପୁଟ ୨୧-୧୨(ଓଡିଆ ପୁଅ / ରଂଜନ ଦାସ) କୋଟିଆ ଗ୍ରାମପୁଞ୍ଜର ହରମାଣ୍ଡାଙ୍ଗି ଓ ଡୋଲିଆମ୍ବ ଦୁଇ ଗ୍ରାମରେ ରାଡ
ଯଥା ବୃଷ୍ଠି ପୃଷ୍ଠ ଅଞ୍ଚଳର ଉନ୍ନତି କରଣ କାର୍ଯ୍ୟକ୍ରମ କୁ ସ୍ଥାନୀୟ
ବିଧାୟକ ପିତମ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ସୂଚନା ଅନୁଯାୟୀ ସ୍ଥାନୀୟ ଜଳ ଛାୟା ପ୍ରକଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଉପରୋକ୍ତ ଦୁଇ ଗ୍ରାମରେ
ଯଥା ହରମାଣ୍ଡାଙ୍ଗି ଗ୍ରାମରେ ବସବାସ କରୁଥିବା ୫୫ଟି ହିତାଧିକାରୀଙ୍କୁ ୨୦ହଜାର ଲେଖାଏଁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆ ଯାଇଥିବା ସହ ୫ଟି ଏସଏଚଜି ମହିଳାମାନଙ୍କୁ
ସିଲେଇ ମେସିନ ପ୍ରଦାନ କରାଯାଇଛି । ଯାହାକି ଉପରୋକ୍ତ ଯୋଜନା ମାଧ୍ୟମରେ ୩୦ ଲକ୍ଷ ଟଙ୍କାର ଅନୁଦାନରେ ଏକବର୍ଷ ଧରି
ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କିପରି ଗ୍ରାମବାସୀ ରୋଜଗାର କ୍ଷମ ହୋଇ ପାରିବେ ଉକ୍ତ ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା
କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାସ ମତପ୍ରକାଶ କରିଥିଲେ ।
ସେହିପରି ଡୋଲିଆମ୍ବ ଗ୍ରାମରେ ଦୁଇ ଲକ୍ଷ ଟଙ୍କା ଅନୁଦାନରୁ ଖର୍ଚ୍ଚ
ହୋଇଥିବା କୁଟୁମ୍ବ ଗୃହ କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉଦଘାଟନ
କରାଯାଇଥିବା ସହ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନରୁ ନିର୍ମାଣ ହୋଇଥିବା
ପାନୀୟ ଜଳଯୋଗାଣକୁ ମଧ୍ୟ ଉଦଘାଟନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି , ଭଗବାନ ପେଣ୍ଠିଆ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସସିଓ ବି.ପାର୍ଥ ସାରଥୀ , ପିଏ ମଞ୍ଜୁଲତା ପଟନାୟକ , ଯୁଧିଷ୍ଠିର ପାତ୍ର ଏବଂ
ଡିଓ ଶୁଭମ ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.