Home କୋରାପୁଟ କୋଟିଆ ଗ୍ରାମପୁଞରେ ଓଡିଶାର ପ୍ରାଣୀ ସ୍ୱାସ୍ଥ୍ୟ ଶିବିର

କୋଟିଆ ଗ୍ରାମପୁଞରେ ଓଡିଶାର ପ୍ରାଣୀ ସ୍ୱାସ୍ଥ୍ୟ ଶିବିର

38

କୋରାପୁଟ ୨୮-୦୮(ଓଡିଆ ପୁଅ / ରଂଜନ ଦାସ)କୋରାପୁଟ ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗ ତରଫରୁ କୋଟିଆ ଗ୍ରାମପୁଞରେ  ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । କୋଟିଆ ଗ୍ରାମପୁଞର ମାଡକାରଠାରେ ଗୋରୁଗାଈଙ୍କୁ ଆନ୍ଥ୍ରାକ୍ସ ଟୀକାକରଣ କରାଯିବା ସହ ସଚେତନତା ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।ଭିଟି ସୁଦାମ ଅଗଷ୍ଟିନ ଭତ୍ରା,କୋଟିଆ ଏଲଆଇ ବନ ବିହାରୀ ଜାନି ଏବଂ ଧନେଶ୍ୱର ବୁରୁଡି ଓ ଶମ୍ଭୁନାଥ ଫୁଲ ସହାୟକମାନେ ଯୋଗଦେଇ ୧୦୦ ଡୋଜ ଟୀକା ପ୍ରଦାନ କରିଥିଲେ ।  ଅସୁସ୍ଥ ଗୋରୁଗାଈ ଓ ଛେଳିଙ୍କୁ ଚିକିତ୍ସା କରିବା ସହ ମାଗଣାରେ ମେଡିସିନ ପ୍ରଦାନ କରିଥିଲେ ବୋଲି ସିଡିଭିଓ ଡାକ୍ତର ଗିରିଜା ପ୍ରସାଦ ତ୍ରୀପାଠୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.