Home କୋରାପୁଟ କୋଟିଆ ଗ୍ରାମପୁଞରେ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ଗୃହ ରୁଣ , ପେନସନ ଓ ଚାଉଳ...

କୋଟିଆ ଗ୍ରାମପୁଞରେ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ଗୃହ ରୁଣ , ପେନସନ ଓ ଚାଉଳ କାର୍ଡ ବାଟିଂଲେ

99

କୋରାପୁଟ ୧୮-୧୦(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞରେ  ଆନ୍ଧ୍ରପ୍ରଦେଶ ଅଧିକାରୀମାନେ ଅନୁପ୍ରବେଶ କରି ଗୃହ ରୁଣ , ପେନସନ ଓ ଚାଉଲ କାର୍ଡ ବାଟିଂଥିବା ଜଣାପଡିଛି ।କୋଟିଆ ଗ୍ରାମପୁଞର ଫାଟୁସେନେରୀ ଗ୍ରାମରେ ଏକ ବୈଠକ କରାଯାଇଥିଲା ।ଆନ୍ଧ୍ରର ଅଧିକାରୀ  ଓାଇ .ସତ୍ୟମ ଓ ଅନ୍ୟ ଅଧିକାରୀମାନେ ଯୋଗଦେଇ ଏସଏଚଜି ମହିଳାମାନଙ୍କୁ  ରୁଣ ପ୍ରଦାନ କରିଥିବା ସୁଚନା ମିଳିଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ଓାଇଏସଆର ଭେଲୁଗୁ ଯୋଜନାରେ ରୁଣ ପ୍ରଦାନ କରାଯାଉଥିବା ଜଣାପଡିଛି ।୨ଟି ଚାଉଳ କାର୍ଡ ,ପେନସନ ୬ ଓ ଗୃହରୁଣ ୩୩ ଟି  ପ୍ରଦାନ କରାଯାଇଥିବା ଜଣାପଡିଛି ।ବାହାରୁ ରୁଣ  ନ ଆଣିବାକୁ ଅଧିକାରୀମାନେ କହିଥିବା ସୂଚନା ମିଳିଥିବା ବେଳେ ଚାଷ ସଂପର୍କରେ ସମସ୍ତ ପ୍ରକାର ସହ ଯୋଗ କରାଯିବ ବୋଲି ଅଧିକାରୀମାନେ ଉପସ୍ଥିତ ଗ୍ରାମବାସୀଙ୍କୁ ଆଶ୍ୱସନା ଦେଇଥିବା ଜଣାପଡିଛି ।ଫାଟୁସେନେରୀ , ଉପରମାଣ୍ଡିଙ୍ଗୀ ଓ ସଲଫଗୁଡା ଗ୍ରାମର ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ ।ଗତ ଦିନରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ବିରୋଧ କରିଥିଲେ ।ପୁଣି ଅଳ୍ପଦିନ ମଧ୍ୟରେ ଆନ୍ଧ୍ରର ଅଧିକାରୀମାନେ ପ୍ରବେଶ କରି ରୁଣ ,ପେନସନ ଓ ଚାଉଲ କାର୍ଡ ବାଂଟିଲେ ।ଜିଲ୍ଲା ପ୍ରଶାସନ ତରଫରୁ ଆନ୍ଧ୍ରର ଅନୁପ୍ରବେଶକୁ ବିରୋଧ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.