Home କୋରାପୁଟ କୋଟିଆରେ ମନରେଗା କାର୍ଯ୍ୟରେ ଦୁର୍ନିତି ଅଭିଯୋଗ ; ଯେତିକି ଦିନ କାମ କରିଛୁ ସେତିକି ଦିନର...

କୋଟିଆରେ ମନରେଗା କାର୍ଯ୍ୟରେ ଦୁର୍ନିତି ଅଭିଯୋଗ ; ଯେତିକି ଦିନ କାମ କରିଛୁ ସେତିକି ଦିନର ମଞୁରୀ ଫେରସ୍ତ କର ବଳକା ଅର୍ଥ ସରକାରଙ୍କ ପାସବୁକରେ ଜମାକର

143

କୋରାପୁଟ ; ତା୧୨-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋଟିଆ ପଂଚାୟତରେ ହୋଇଥିବା ମନରେଗା କାର୍ଯ୍ୟରେ ଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି ।କୋଟିଆ ପଂଚାୟତର ଧୂଳିପଦରଠାରୁ ଅର୍ଜୁନଗୁଡା ପର୍ଯ୍ୟନ୍ତ ଘାଟକଟିଂ କାର୍ଯ୍ୟର୍ ନିମନ୍ତେ ୫ ଲକ୍ଷ ଟଙ୍କା ମଞୁରୀ କରାଯାଇଥିଲା ଓ କାର୍ଯ୍ୟରେ ୭୬ ଜଣ ଶ୍ରମିକ ୫ ଦିନ କାମ କରିଥିଲେ ବୋଲି ଜଣାପଡିଛି ।ଧୂଳିପଦର ଘାଟକଟିଂ ରେ ୨ ସପ୍ତାହ ଓ ଅଗଂନବାଡିରେ ୨ ସପ୍ତାହ ଶ୍ରମିକ କାମ କରିଥିବା ଦର୍ଶାଇ ଡିମାଣ୍ଡ କାଟିଦେଇଥିଲେ ବୋଲି ଅଭିଯୋଗ ହୋଇଥିବା ବେଳେ ବ୍ୟାଙ୍କରେ ଶ୍ରମିକମାନଙ୍କ ପାସବୁକରେ ଅର୍ଥ ଆସିଲା ପରେ ସମସ୍ତ ଶ୍ରମିକମାନଙ୍କୁ ବ୍ୟାଙ୍କକୁ ଶ୍ରମିକ ନେତା ଡାକି ପାସବୁକରୁ ଅର୍ଥ କାଢି ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କା ଶ୍ରମିକନେତା ନେଇଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା ।ଗତ ୨୬ ତାରିଖରେ କୋଟିଆରେ ସାମାଜିକ ସମୀକ୍ଷା ବୈଠକରେ ଗ୍ରାମ୍ୟ ସାଧାନ କର୍ମିମାନେ ଏହି ଅଭିଯୋଗକୁ ଉପସ୍ଥାପନା କରିଥିଲେ । ଉକ୍ତ ଅର୍ଥକୁ ଫେରସ୍ତ କରିବେ ବୋଲି ଶ୍ରମିକନେତା କହିବା ପରେ ବ୍ଲକ ସାମାଜିକ ସମୀକ୍ଷକ ରଘୁରାମ ବାଙ୍କା ଓ ଗ୍ରାମ୍ୟ ସାଧନ କର୍ମିମାନେ ଧୂଳିପଦର ଗ୍ରାମକୁ ଯାଇଥିଲେ ।ଶ୍ରମିକ ନେତାଙ୍କ ପାଖରେ କେବଳ ୭୦ ହଜାର ଟଙ୍କା ଥିଲା ବୋଲି ବ୍ଲକ ସାମାଜିକ ସମୀକ୍ଷକ ଶ୍ରୀ ବାଙ୍କା ସୂଚନା ଦେଇଥିଲେ ।ଆମ୍ଭେମାନେ କେବଳ ଧୂଳିପଦର ଘାଟକଟିଂ କାମ କରିଛୁ ଓ ଅଗଂନବାଡି କାମ କରି ନାହିଁ ବୋଲି ଶ୍ରମିକମାନେ ପ୍ରକାଶ କରିଥିଲେ ।କାହିଁକି ଆମ୍ଭନାମରେ ମିଥ୍ୟା ବିଲ କରାଯାଇଛି ସେମାନେ ଅଭିଯୋଗ କରିଥିଲେ ।ଆମ୍ଭେମାନେ ଯେତିକିଦିନ କାମ କରିଛୁ ସେତିକିଦିନର ମଞୁରୀ ଆମ୍ଭକୁ ଫେରସ୍ତ କରାଯାଉ ଏବଂ ଶ୍ରମିକନେତାଙ୍କ ପାଖରେ ଥିବା ବଳକା ଅର୍ଥ ସରକାରଙ୍କ ପାସବୁକରେ ଜମାକରାଯାଉ ବୋଲି ଶ୍ରମିକମାନେ ପ୍ରକାଶ କରିଥିବା ଶ୍ରୀ ବାଙ୍କା ସୂଚନା ଦେଇଥିଲେ ।କୋଟିଆରେ ଏଭଳି ଅନେକ ସମସ୍୍ୟା ରହିଥିବା ଜଣାପଡିଛି କିନ୍ତୁ ଲୋକଲୋଚନକୁ ଆସିପାରି ନ ଥିବାରୁ ମନରେଗାରେ ଦୁର୍ନିତି ହେଉଥିବା ଅଭିଯୋଗ ପଦାକୁ ଆସୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ କାମର ତଦାରଖ ନ କରି କିପରି ଡିମାଣ୍ଡ ମାରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି !ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.