Home ଜିଲ୍ଲା ପରିକ୍ରମା କୋଟିଆରେ ଜିଲ୍ଲାପାଳ ଜୀବନଜୀବିକା ଓ ଭିତିଭୂମି ପ୍ରକଳ୍ପ ପରିଦର୍ଶନ କରି ଚାଷୀଙ୍କ  ସହ ଆଲୋଚନା କଲେ

କୋଟିଆରେ ଜିଲ୍ଲାପାଳ ଜୀବନଜୀବିକା ଓ ଭିତିଭୂମି ପ୍ରକଳ୍ପ ପରିଦର୍ଶନ କରି ଚାଷୀଙ୍କ  ସହ ଆଲୋଚନା କଲେ

67

କୋରାପୁଟ ୨୨-୦୫(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞରେ ଭିତିଭୂମିର ବିକାଶ  ଚାଲିଛି ।ଲୋକମାନଙ୍କର ଜୀବନଜୀବିକା ଉପରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଗୁରୁତ୍ୱ ଦେଇ କାର୍ଯ୍ୟଖସଡା ପ୍ରସ୍ତୁତ କାର୍ଯ୍ୟ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲା ପ୍ରଶାସନ ତରଫରୁ କୋଟିଆରେ ଜୀବନଜୀବିକା କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି ।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର କୋଟିଆ ଗ୍ରାମପୁଞର ଜାନିଗୁଡା ଗ୍ରାମ ପରିଦର୍ଶନ କରିଥିଲେ ।ଜିଲ୍ଲା ପ୍ରଶାସନର ସହଯୋଗରେ ଜଳବିଭାଜିକା ଦ୍ୱାରା ଜାନିଗୁଡା ଗ୍ରାମର ଚାଷୀ ବାସନା ଗେମେଲଙ୍କ  ଜମିରେ କରାଯାଇଥିବା ପୋଖରୀ ପରିଦର୍ଶନ କରିଥିଲେ ।ପୋଖରୀ ନିକଟରେ ଗ୍ରୀନହାଉସରେ କରାଯାଉଥିବା ବିଭିନ୍ନ ଚାରା ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଅଊାଲୋଚନା କରିଥିଲେ ।ବାସନା ଗେମେଲଙ୍କୁ ଏକ ମିନିବିହନ କିଟ ଜିଲ୍ଲାପାଳ ପ୍ରଦାନ କରିଥିଲେ ।ଜଳବିଭାଜିକା ଦ୍ୱାରା ୧୦୦ ଆମ୍ବ ,୨୦୦ କଦଳୀ ଓ ୩୦୦ ଅମୃତଭଣ୍ଡା ଚାରା ବାସନା ଗେମେଲଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।କୋଟିଆରେ  ନିର୍ମାଣ କରାଯାଉଥିବା ଥାନାର କାର୍ଯ୍ୟ  ମଧ୍ୟ ପରିଦର୍ଶନ କରିଥିଲେ ।ଜିଲ୍ଲାପାଳଙ୍କ ଗସ୍ତ ସମୟରେ ପ୍ରୋବେସନାରୀ ଆଇଏଏସ  ଭେଦଭୂଷଣ ,କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ,କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ,ସେମିଲିଗୁଡା ଏଏସସିଓ ସୁମନ ରାଉତ ,ପଟ୍ଟାଙ୍ଗୀ ଏସସିଓ  ବି.ପାର୍ଥ  ସାରଥି ,ଡବ୍ଲୁଏମଟି ମଂଜୁଲତା ପଟନାୟକ ,ଡିଓ ଶୁଭମ ପାତ୍ର ଓ ସମାଜସେବୀ ରଂଜିତ ପାଙ୍ଗୀ ଉପସ୍ଥିତ ଥିଲେ ।ଏଥିପୂର୍ବରୁ ଜିଲ୍ଲାପାଳ  ସେମିଲିଗୁଡା ବ୍ଲକର ପୁଟସିଲ ଗ୍ରାମ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ ।ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମରେ କରାଯାଉଥିବା ଆଗ୍ରୋଫରେଷ୍ଟ୍ରୀ ନର୍ସରୀ ମଧ୍ୟ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.