Home ଜିଲ୍ଲା ପରିକ୍ରମା କୋଇଲା ମାଫିଆଙ୍କ ଦୌରାତ୍ମ୍ୟ, ପୁଲିସ ଗାଡି ଭାଙ୍ଗିବା ସହ ପୁଲିସକୁ ଦେଲେ ଚେତାବନୀ

କୋଇଲା ମାଫିଆଙ୍କ ଦୌରାତ୍ମ୍ୟ, ପୁଲିସ ଗାଡି ଭାଙ୍ଗିବା ସହ ପୁଲିସକୁ ଦେଲେ ଚେତାବନୀ

26

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ଅର୍ନ୍ତଗତ ଘଂଟେଶ୍ୱର ଫାଣ୍ଡି ଅଂଚଳରେ ଏକ ଅଭାବନୀୟ ପରିସ୍ଥତି ଦେଖିବାକୁ ମିଳିଛି।କୌଣସି ଏକ କାମରେ ପୁଲିସର ବଲେରୋ ମାଣିପୁର ଅଂଚଳକୁ ଯାଇଥିବା ବେଳେ ସେଠାରେ ପୁଲିସ ନାକେଦମ ହେବା ସହ ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଘଂଟେଶ୍ୱର ଫାଣ୍ଡି ଅଂଚଳରେ ଚୋରା କୋଇଲା ବ୍ୟବସାୟ ଚାଲିଛି। ଦୈନଦିନ ଶହ ଶହ ସଂଖ୍ୟାରେ ବାଇକ ଏବଂ ଲୁନା ଦିନ ତମାମ ନିଜ ବାଇକରେ ବସ୍ତା ବସ୍ତା ଚୋରା କୋଇଲା ନେଇ ଗୋଟିଏ ସ୍ଥାନରେ ରଖିଥାନ୍ତି। ପରେ ସମୟ ସୁବିଧା ଦେଖି ଏହି ଚୋରା କୋଇଲାକୁ ଅନ୍ୟ ଜିଲ୍ଲାକୁ ପିକଅପ ମାଧ୍ୟମରେ ଚାଲାଣ କରିଥାନ୍ତି। ଆଜି ଘଂଟେଶ୍ୱର ଫାଣ୍ଡି ପାଇଁ ଥିବା ଏକ ବଲେରୋ କୌଣସି ଏକ କାର୍ଯ୍ୟରେ ଘଂଟେଶ୍ୱର ଫାଣ୍ଡି ଅଧିନ ମାଣିପୁର ଚେକ ଗେଟ ନିକଟକୁ ଯାଇଥିଲା। ସେଠାରେ ଆଗରୁ ଶତ୍ରୁତା ଥିବା କୋଇଲା ମାଫିଆ ମାନେ ପୁଲିସର ବଲେରୋ ଗାଡିକୁ ଢେଲା ମାଡ କରି ପଛ କାଚ କୁ ଭାଙ୍ଗି ଦେବା ସହ ସଂପୃକ୍ତ ଗାଡି ଚାଳକଙ୍କୁ ଗାଳି ଗୁଲଜ କରିଇଥିଲେ ବୋଲି ପ୍ରତକ୍ଷ୍ୟଦର୍ଶୀଙ୍କ ନିକଟରୁ ପ୍ରକାଶ। ଏଠାରେ ଉଲ୍ଲେଖଯୋଗ ଘଂଟେଶ୍ୱର ଫାଣ୍ଡିରେ ଷ୍ଟାଫ ଅଭାବ ଲାଗି ରହିଥିବା ବେଳେ କେଉଁ ପରିସ୍ଥିତିରେ ଏହି ଗାଡିର ଚାଳକ ଏକା ଏକା ମାଣିପୁର ଅଂଚଳକୁ କେଉଁ କାରଣ ପାଇଁ ଯାଇଥିଲେ। ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଅନ୍ୟ ପକ୍ଷରେ ଘଂଟେଶ୍ୱର ଫାଣ୍ଡି ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.