Home ଜିଲ୍ଲା ପରିକ୍ରମା କେୱାନ ଲାଇଭ ପକ୍ଷରୁ ଭଜନ ପ୍ରତିଯୋଗିତା

କେୱାନ ଲାଇଭ ପକ୍ଷରୁ ଭଜନ ପ୍ରତିଯୋଗିତା

76

ଭୁବନେଶ୍ୱର ୨୨-୧୨ (ଓଡ଼ିଆ ପୁଅ) : କେୱାନ ଲାଇଭ ଏବଂ ସାଇ ଶାନ୍ତି ଚାରିଟେବଲ ଟ୍ରଷ୍ଟ ଓ ଏଡ଼ୁକେସନାଲ ଟ୍ରଷ୍ଟ ପକ୍ଷରୁ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଟଙ୍କପାଣି ରୋଡ଼ ସ୍ଥିତ ସାଇ ମନ୍ଦିରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଦୁଇ ପର୍ଯ୍ୟାୟରେ ଏହି ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଭିରାମ ଖୁଂଟିଆ, ମୋନାଲି ମଧୁସ୍ମିତା, ଶୋଭନ କୁମାର ଓ ନିହାର ରଂଜନ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ଶାନ୍ତିଲତା ବାରିକ, ସୌରଭ ନାୟକ, କାର୍ତିକ ମହାରଣା ବିଚାରକ ଭାବେ ପ୍ରତିଯୋଗୀଙ୍କ ଦକ୍ଷତାକୁ ଆକଳନ କରିଥିଲେ। ସେହିପରି ମ୍ୟୁଜିକ ଦାୟିତ୍ୱରେ ସୁନୀଲ କୁମାର ଓ ଦିବ୍ୟଜ୍ୟୋତି ପଣ୍ଡା ରହିଥିଲେ। ଏହି ଭଜନ ପ୍ରତିଯୋଗିତାରେ ଶୁଭ୍ରାଂଶୁ କୁମାର ଭୋଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଆକାଂକ୍ଷା ସାହୁ, ତୃତୀୟ ସ୍ଥାନରେ ଆଶୀର୍ବାଦ ସାମଲ ରହିଥିଲେ। ସେହିପରି ଶ୍ରୀଦ୍ରୀଷ୍ଣା ବିନ୍ଧାଣିଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା।

ଏହି ଅବସରରେ ଆୟୋଜକ ମାନସ ଚୌଧୁରୀ ବିଜୟୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ହାରଜିତକୁ ବିଚାରକୁ ନନେଇ ସଂଗୀତ ସାଧନାରେ ନିମଗ୍ନ ରହିବାକୁ ପରାମର୍ଶ ଦେଇଥିଲେ। ସମ୍ପ୍ରତି ଆଧୁନିକ ଗୀତର ଚାହିଦା ବଢ଼ିଥିଲେ ବି ଭଜନ ଆମ ତନମନରେ ନୂଆ ଉନ୍ମାଦନା ଖେଳାଇଥାଏ। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ବ୍ୟାପକ ଭାବେ କରାଯିବ। ବିଜୟୀ ପ୍ରତିଯୋଗୀଙ୍କୁ ଜାନୁଆରୀ ୨ରେ ବରମୁଣ୍ଡାରେ ସାଇବାବାଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଭବ୍ୟ ସମାରୋହରେ ସମ୍ବର୍ଦ୍ଧ୍ୱିତ କରାଯିବ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ। ଏହାଛଡ଼ା ସେମାନଙ୍କୁ ଦଶମ ବିଶାଳ ସାଇଭଜନ ସମାବେଶରେ ଭଜନ ପରିବେଷଣ କରିବାର ସୁଯୋଗ ଦିଆଯିବା ସହ କେ ୱାନ ଲାଇଭ ପକ୍ଷରୁ ସେମାନଙ୍କ ଗୀତ ମଧ୍ୟ ରେକର୍ଡ଼ିଂ କରାଯିବ ବୋଲି ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.