Home ଜିଲ୍ଲା ପରିକ୍ରମା କେସିଭିଏମ୍ ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ

କେସିଭିଏମ୍ ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ

7
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିର ୧୯୭୬ ବ୍ୟାଚ୍ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ପୁର୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ପ୍ରସନ୍ନ ବାରିକ, ରାମଚନ୍ଦ୍ର ସାହୁ, ନନ୍ଦ କିଶୋର ଜେନା, ଅଶୋକ ମହାନ୍ତି, କାର୍ତିକ ଜେନା, ଶରତ ସିଂହ ପ୍ରମୁଖଙ୍କ ଆବାହକତ୍ୱରେ ୪୭ ଜଣ ପୁରାତନ ଛାତ୍ର ଏକତ୍ରିତ ହୋଇ ପୁରୁଣା ଦିନର ସ୍ମୃତି, ଅନୁଭୂତି ଓ ବର୍ତମାନର କାର୍ଯ୍ୟ କ୍ଷେତ୍ରରେ ଅବସ୍ଥାନ ନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ଶିକ୍ଷା ଗୁରୁ ଭାଗବତ ପ୍ରସାଦ ନାୟକଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ,ସାଲ,ଡାଏରୀ ଦେଇ ଗୁରୁ ପୂଜନ କରାଯାଇଥିଲା । ସୂର୍ଯ୍ୟମଣି ନାଥ, ଦିନବନ୍ଧୁ ଦାସ, ଗଙ୍ଗାଧର ନାଥ, ଜିତେନ୍ଦ୍ର ମହାନ୍ତି, ଭଗବାନ ବିଶ୍ୱାଳ, ବୈକୁଣ୍ଠ ମହାରଣା, ଲକ୍ଷ୍ମୀଧର ସେଠୀ, କାହ୍ନୁ ଚରଣ ଦାସ, ଅମୂଲ୍ୟ ମଳ୍ଳିକ, ପ୍ରତାପ ଦାସ, ମଧୁସୂଦନ ଦାସ, କୈଳାସ ପାଣିଗ୍ରାହୀ, ପିତାମ୍ବର ନାୟକ,ରାଜେନ୍ଦ୍ର ସିଂହ, ରମାକାନ୍ତ ପୃଷ୍ଟି, ଶଙ୍କର୍ଷଣ ନାୟକ, ହୃଦାନନ୍ଦ ଜେନା, ଅଜୟ କୁମାର ସାହୁ, ଅରୂପ କୁମାର ଦାସ, ଜଗନ୍ନାଥ ସାହୁ, ଏସକେ ମୁଜିବୁର ରେହେମାନ, ଭଗିରଥ ଗାହାଣ, ପ୍ରଫୁଲ୍ଲ ବାରିକ, ଗଣେଶ ପ୍ରସାଦ ମହାନ୍ତି, ହରିଶ୍ଚନ୍ଦ୍ର ଦାସ, କୃପାସିନ୍ଧୁ ସିଂ, ରବିନ୍ଦ୍ର ସାହୁ, ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଅନେକ ବର୍ଷର ବ୍ୟବଧାନ ପରେ ପୁରାତନ ବନ୍ଧୁ ମାନଙ୍କୁ ଗୋଟିଏ ସ୍ଥାନରେ ପାଇ ଆମେ ସମସ୍ତେ ବେଶ୍ ଉତ୍ସାହିତ ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ ପୁରାତନ ବିଦ୍ୟାର୍ଥୀ ମାନେ ଶିକ୍ଷା ଗ୍ରହଣ କରିଥିବା କୃଷ୍ଣଚରଣ ବିଦ୍ୟା ମନ୍ଦିର ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.