Home Top News କେରଳରେ ପ୍ରବଳ ବର୍ଷା : ୯ ଜଣ ମୃତ, ୧୨ ଜଣ ନିଖୋଜ – ସହାୟତା...

କେରଳରେ ପ୍ରବଳ ବର୍ଷା : ୯ ଜଣ ମୃତ, ୧୨ ଜଣ ନିଖୋଜ – ସହାୟତା ପାଇଁ NDRF ପହଞ୍ଚିଲା

71

କେରଳ ୧୭-୧୦ (ଓଡ଼ିଆ ପୁଅ) : ଶନିବାର ଦିନ କେରଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ସହ ବିଭିନ୍ନ ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଓ ଭୂସ୍ଖଳନ କୋଟାୟାମ, ଇଡୁକି ଏବଂ ପଠାନମଥିଟା ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରତିରକ୍ଷା ବାହିନୀର ସାହାଯ୍ୟ ନେବାକୁ ବାଧ୍ୟ କରିଛି।

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଜରୁରୀକାଳୀନ ବୈଠକ ଡାକି ପରିସ୍ଥିତିର ଆକଳନ କରିଛନ୍ତି। ବର୍ତ୍ତମାନର ପାଣିପାଗ ପୂର୍ବାନୁମାନ ସୂଚିତ କରେ ଯେ, ପରିସ୍ଥିତି ଆହୁରି ଖରାପ ହେବ ନାହିଁ। କେରଳର ପ୍ରମୁଖ ବନ୍ଧଗୁଡ଼ିକରେ ଜଳସ୍ତରର ବୃଦ୍ଧି ମଧ୍ୟ ଜରୁରୀକାଳୀନ ବୈଠକରେ ସମୀକ୍ଷା କରାଯାଇଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଲଗାତାର ବର୍ଷା ଓ ଭୂସ୍ଖଳନକୁ ସାମ୍ନା କରୁଥିବା ପାହାଡ଼ିଆ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟକୁ ସମନ୍ୱୟ ରକ୍ଷା କରିବା ପାଇଁ ରାଜ୍ୟ ରାଜସ୍ୱ ମନ୍ତ୍ରୀ କେ ରାଜନ କୋଟାୟାମ କଲେକ୍ଟରେଟରେ ପହଞ୍ଚିଥିଲେ।

ସୂତ୍ରରୁ ପ୍ରକାଶ ଯେ କେତେକ ଅଞ୍ଚଳରେ ପାଣିପାଗର ଅନୁକୂଳ ନଥିବା କାରଣରୁ ଉଦ୍ଧାରକାରୀ ଦଳ ସେଠାରେ ପହଁଚି ନ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। କୁଟିକ୍କାଲରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଯେଉଁଠାରେ ଭୂସ୍ଖଳନ ଘଟିଥଲା। ଅନ୍ୟ ଏକ ଘଟଣାରେ, ଇଡୁକି ଜିଲ୍ଲାର ଥୋଡୁପୁଜାସ୍ଥିତ କଞ୍ଜରରେ ବନ୍ୟା ଜଳରେ ଏକ କାର ଧୋଇ ହୋଇଯାଇଥିଲା। ଏହି ଦୁଃଖଦ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.