Home ଓଡ଼ିଶା କେରଳରୁ ଫେରନ୍ତା ୪ ଜଣଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷା

କେରଳରୁ ଫେରନ୍ତା ୪ ଜଣଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷା

97

ବାଲିଗୁଡା, ୬/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ଭୟ ଏବେ ସବୁଠି ଘାରିଛି। ଚାଇନାରୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ରଙ୍କୁ ନେଇ କନ୍ଧମାଳ ଜିଲା ଫୁଲବାଣୀରେ କରୋନା ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଥିଲା। ତାଙ୍କ ନମୂନା ପରୀକ୍ଷା ପରେ ସେ ଏଥିରେ ସଂକ୍ରମିତ ହୋଇ ନ ଥିବା ସ୍ପଷ୍ଟ ହୋଇଛି। କେରଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସେଠାରୁ ଫେରୁଥିବା ଲୋକଙ୍କ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଥିଲା। କେରଳରେ କାମ କରୁଥିବା ୪ ଜଣ କିଛି ଦିନ ତଳେ ଖଜୁରିପଡା ବ୍ଲକ ଆର.ନୂଆଗାଁକୁ ଫେରିଥିଲେ। ଖଜୁରିପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛି।

ଥଣ୍ଡା, କାଶ ଏବଂ ଜ୍ୱର ଥିଲେ ଏହା କରୋନା ସଂକ୍ରମିତ ହେବା ସମ୍ଭାବନା ରହିଥିବାରୁ ସେମାନଙ୍କ ପରୀକ୍ଷା କରାଯାଇଥିଲା। ହେଲେ ସେମାନଙ୍କ ପାଖରେ ସେଭଳି କିଛି ଲକ୍ଷଣ ଦେଖା ଯାଇ ନ ଥିଲା। ଡା.ନିମାଇଁ ଚରଣ ବିଶି, ଏଏନ୍‌ଏମ୍‌ ସୁନୀତା ଦାସ, ପିଏଚ୍‌ଇଓ ଜ୍ଞାନରଞ୍ଜନ କହଁର, ସ୍ବାସ୍ଥ୍ୟକର୍ମୀ କୃଷ୍ଣ ଚନ୍ଦ୍ର ପୃଷ୍ଟି, ଆଶା କର୍ମୀ ଗୀତାଞ୍ଜଳି ନାୟକ ଓ କୌଳାସ ଗଣ୍ଡା ଆର.ନୂଆଗାଁକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.