Home ଅପରାଧ କେମିତିକା ମା’

କେମିତିକା ମା’

334

କଳାହାଣ୍ଡି ୯/୯,(ଓଡ଼ିଆ ପୁଅ ପି ନାଏକ): ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଜନ୍ମ କଲା ଦୁଇ ପୁଅକୁ ସ୍ବାମୀର ଅନୁପସ୍ଥିତିରେ  ଗଳା କାଟି ହତ୍ୟା କରି ପରେ ନିଜେ ମାଆ ରେଳ ଲାଇନରେ ଗଳା କାଟି ଆତ୍ମହତ୍ୟା କରିଥିବା ଜଣାପଡିଛି ।ମୃତ ଦୁଇ ପୁଅ ରବିନ୍ଦ୍ର ମାଝି ( ୪) ଦୁଷ୍ମନ୍ତ ମାଝି (୬) ଓ ମୃତକ ମାଆ ହେଲେ ବିମଳା ମାଝି । ଏନେଇ ପରିବାର ବର୍ଗ ହତ୍ୟା ସନ୍ଦେହ କରୁଥିବା ବେଳେ ଭବାନୀପାଟଣା ସଦରଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.