Home ଜିଲ୍ଲା ପରିକ୍ରମା କେବେ ଖୋଲିବ ଏରେଇଁ ସମବାୟ ସମିତି

କେବେ ଖୋଲିବ ଏରେଇଁ ସମବାୟ ସମିତି

87

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର ବହୁ ଯୋଜନା କରୁଛନ୍ତି । ହେଲେ ସେ ଯୋଜାନାର ବହୁ ଦୂରରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଏରେଇଁ ସମବାୟ ସମିତି ଅଧିନସ୍ଥ ଚାଷୀ ସାମାଜ । ୧୯୬୭ ମସିହାରେ ଏରେଇଁ ପଂଚାୟତରେ ଚାଷୀମାନଙ୍କର ଉନ୍ନତି ପାଇଁ ଗଠନ ହୋଇଥିଲା ସମବାୟ ସମିତି । ବାଲେଶ୍ୱର ଭଦ୍ରକ ସମବାୟ ସମିତି ଅଧିନରେ ଥିବା ଏହି ସମବାୟ ସମିତି ଉପରେ ନିର୍ଭର କରନ୍ତି ଏବର ୩ଟି ପଂଚାୟତ ଓ ଭଦ୍ରକ ପୈାରପାଳିକାର ୧୦ଟି ଓ୍ୟାର୍ଡ । ୨୬ଖଣ୍ଡ ରେଭିନ୍ୟୁ ଭିଲେଜକୁ ନେଇ ଗଠିତ ଏହି ସମବାୟ ସମିତି ଠିକଠାକ୍ ଚାଲୁଥିବା ବେଳେ କେତେକ ଅସାଧୁ କର୍ମଚାରୀ ଓ କିଛି ନ୍ୟସ୍ତସ୍ୱାର୍ଥ ଲୋକଙ୍କ ସଲାସୁତୁରାରେ ଗତ ଦୁଇ ବର୍ଷର ଉର୍ଦ୍ଧ ହେବ ତାଲା ଝୁଲୁଛି ଏହି ସମବାୟ ସମିତିରେ । ଯାହାଫଳରେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜମାକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷ ସମୟରେ ଚାଷୀ ସମବାୟ ସମିତି ବଦଳରେ ଗାଁ ସାହୁକାରଙ୍କ ପାଖରୁ ଧାର କରଜ କରିବାକୁ ବାଧ୍ୟ ହେଉଛି । ଦୀର୍ଘ ଦିନ ଧରି ସମିତି ବନ୍ଦ ଥିବାରୁ ଆଗରୁ ରଣ ନେଇଥିବା ଚାଷୀ ରଣ ସୁଜି ନ ପାରି ଚିନ୍ତାରେ ଅଛନ୍ତି । ଆଗକୁ କେତେ ଯେ ସୁଧ ଗଣିବେ ତାହା ସେମାନଙ୍କ ଚିନ୍ତାର କାରଣ ପାଲଟିଛି । ତା ଛଡା ଗତ ଦୁଇବର୍ଷ ହେବ ଚାଷୀ ନିଜ ଅମଳ ଧାନକୁ ବିକିବାକୁ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛି । ହେଲେ ଏହି ସମବାୟ ସମିତିକୁ ଖୋଲିବା ପାଇଁ ପ୍ରଶାସନିକ ଅଧିକାରୀ କି ନିର୍ବାଚିତ ପ୍ରତିନଧି କାହାରି ଆନ୍ତରିକତା ଥିବା ଭଳି ମନେ ହେଉ ନାହିଁ । ଏହି ମର୍ମରେ ଏରେଇଁର ପୂର୍ବତନ ସରପଂଚ ତଥା ବିଶିଷ୍ଟ ସମାଜସେବୀ ରତ୍ନାକର ସାମଲ,ନରେନ୍ଦ୍ର ବେହେରା ଓ ସନାତନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମବାୟ ସମିତି ଅଧିନସ୍ଥ ଚାଷୀମାନେ ଏକ ଛଅ ଦଫା ଦାବୀ ପତ୍ର ଜିଲ୍ଲାପାଳ ତଥା ଉଚ୍ଚ କର୍ତ୍ତୁପକ୍ଷଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ଧାନ ଅମଳ ପୂର୍ବରୁ ସମବାୟ ସମିତି ଖୋଲା ନଗଲେ ଆନ୍ଦୋଳନ ତିବ୍ରତର ହେବ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.