Home ଓଡ଼ିଶା କେବେ ଉଡ଼ିବ ବ୍ରହ୍ମପୁରରୁ ବିମାନ ସେବା?

କେବେ ଉଡ଼ିବ ବ୍ରହ୍ମପୁରରୁ ବିମାନ ସେବା?

121

ବ୍ରହ୍ମପୁର, ୧, ପ୍ରେବ୍ରୁଆରୀ, ୨୦୧୭(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଉରକେଳା, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳକୁ ବିମାନ ଚଳାଚଳ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଜୟପୁର, ବାରିପଦା ଏବଂ ପଦ୍ମପୁରରେ ଏୟାରଷ୍ତ୍ରିପ୍ କାମ ଚାଲିଛି।ଉଡ଼େ ଦେଶ କା ଆମ ନାଗରିକ(ଉଡାଣ)ଯୋଜନାରେ ଏହି ସବୁ ଏୟାରଷ୍ତ୍ରିପ୍ ଅନ୍ତର୍ଭୁକ୍ତ ହୋଇଛି।କିନ୍ତୁ, ପରିତାପର ବିଷୟ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଏହି ଯୋଜନାରେ ପଛରେ ପଡ଼ି ଯାଇଛି। ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ନିକଟରେ ଏକ ବହୁ ପୂରାତନ ଏୟାରଷ୍ତ୍ରିପ୍ ରହିଛି।ଏହି ଏୟାରଷ୍ତ୍ରିପଟି ଅପଗ୍ରେଡ଼ସନ ହେବ ନାଁ କମ୍ପ୍ରିହେନ୍ସିଭ୍ ଡେଭଲପମେଣ୍ଟ ଯୋଜନାରେ ଶୀତଳପଲ୍ଲୀ ନିକଟସ୍ଥ ଲକ୍ଷ୍ମୀପୁରରେ ବିମାନ ବନ୍ଦର ହେବ ସେ ନେଇ ଅନିଶ୍ଚିତତା ରହିଛି।ଲକ୍ଷ୍ମୀପୁରରେ ନୂଆ ବିମାନ ପଡ଼ିଆ ନେଇ ରାଜ୍ୟ ସରକାର ସେପରି କିଛି ଆଗ୍ରହ ହେଖାଉ ନଥିବା ବେଳେ ରଙ୍ଗେଇଲୁଣ୍ଡା ଏୟାରଷ୍ତ୍ରିପ୍ ରନୱେର ଲମ୍ବା ୮୯୫ ମିଟରରୁ ୩୫୦୦ ମିଟରକୁ ବୃଦ୍ଧି କରିବାର ଆବଶ୍ୟକତା ରହୁଥିବା ବେଳେ ଜମି ଅଧିଗ୍ରହଣ ନେଇ ସମସ୍ୟା ରହୁଛି।ଏଥିପାଇଁ ସରକାର ଏବେ ଏଠାରୁ ଚାଟର ପ୍ଲେନ୍ ଚଳାଇବା ଯୋଜନା କରୁଥିବା ନେଇ ଆଲୋଚନା ହେଉଥିବାରୁ ସଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷା ଏବଂ ବ୍ୟବସାୟ କେନ୍ଦ୍ର ବ୍ରହ୍ମପୁର ହୋଇଥିବା ବେଳେ ଏଠାରେ ଗୋପାଳପୁର ବନ୍ଦର, ଟାଟା କାରଖାନା ଆଦି ରହିଥିବା ବେଳେ ବ୍ରହ୍ମପୁର ପ୍ରତି ଏପରି ମନୋଭାବ କେତେଦୂର ସମୀଚିନ ତାହା ପ୍ରଶ୍ନ ସୃଷ୍ଟି କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.