Home ଆନ୍ତର୍ଜାତୀୟ କେବଳ ଭାରତ ନୁହେଁ,ବାଂଲାଦେଶ ରାଷ୍ଟ୍ରଗାନର ବି ରଚୟିତା ରବୀନ୍ଦ୍ର

କେବଳ ଭାରତ ନୁହେଁ,ବାଂଲାଦେଶ ରାଷ୍ଟ୍ରଗାନର ବି ରଚୟିତା ରବୀନ୍ଦ୍ର

121

ଭୁବନେଶ୍ୱର;୦୮,୦୫,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ମେ ୦୭ ତାରିଖରେ ଥିଲା ରବୀନ୍ଦ୍ର ନାଥ ଟାଗୋରଙ୍କର ଜନ୍ମ ଦିବସ।୧୮୬୧ ମସିହା ମେ ୭ ତାରିଖରେ କୋଲକତାରେ ଜନ୍ମ ଗ୍ରହଣ କରିଥିଲେ ରବୀନ୍ଦ୍ର ନାଥ।ଭାରତର ରାଷ୍ଟ୍ରଗାନର ତ’ ରଚୟିତା ଥିଲେ ରବୀନ୍ଦ୍ର ନାଥ ତେବେ ଏହା ସାଙ୍ଗେ ସେ ବାଂଲାଦେଶ ରାଷ୍ଟ୍ରଗାନର ମଧ୍ୟ ରଚୟିତା ଅଟନ୍ତି।ରବୀନ୍ଦ୍ରନାଥଙ୍କୁ “ଗୀତାଞ୍ଜଳୀ” କାବ୍ୟ ରଚନା ପାଇଁ ୧୯୧୩ ମସିହାରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନେଇ ନୋବେଲ ପୁରଷ୍କାର ମିଳିଥିଲା।ଏବଂ ଏହି ସମ୍ମାନ ପାଇବାରେ ସେ ପ୍ରଥମ ଅଣ ୟୁରୋପୀୟ ଥିଲେ।ରବୀନ୍ଦ୍ରନାଥଙ୍କୁ ବ୍ରିଟେନରୁ “ନାଇଟହୁଡ” ଉପାଧି ମଧ୍ୟ ମିଳିଥିଲା।କିନ୍ତୁ ଜାଲିୟାନବାଲା ବାଗ ହତ୍ୟାକାଣ୍ଡ ପରେ ସେ ଉପାଧି ଫେରାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.