Home ଜିଲ୍ଲା ପରିକ୍ରମା କେନ୍ଦ୍ର ସରକାର କୋଭିଡ଼ ଆୟୋଗ ଗଠନ କରି ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ କରନ୍ତୁ –...

କେନ୍ଦ୍ର ସରକାର କୋଭିଡ଼ ଆୟୋଗ ଗଠନ କରି ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ କରନ୍ତୁ – ଯୁବ କଂଗ୍ରେସ

37

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କୋଭିଡରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଆମ ଦେଶ ମଧ୍ୟ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ପରିବାର ନିଶ୍ଚିହ୍ନ ହୋଇଯାଇଛି। କେଭିଡ କାଳରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଝନ ହୋଇଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଅମ୍ଳଜାନ ଓ ବେଡ୍‌ର ଅଭାବ ଯୋଗୁ ଅକାଳରେ ଅନେକ ଜୀବନ ଯାଇଛି। ମାତ୍ର ମୋଦି ସରକାର ଏ ସବୁ ଅବ୍ୟବସ୍ଥା ଓ କୋଭିତ୍ ମୃତ୍ୟୁ ସଂଖ୍ୟଚୁ ଲୁଚାଇ ବାହାବା ନେବାକୁ ହୀନ ପ୍ରୟାସ କରିଛନ୍ତି। ଯାହାକି ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମୋଦି ସରକାର ଆମ ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪.୮ ଲକ୍ଷ ଦର୍ଶାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ୪୭ ଲକ୍ଷ ବୋଲି କହିଛି। ଯାହାକି ମୋଦି ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ଜିଲ୍ଲା ଯୁବ କଂଗ୍ରେସ ଆରୋପ କରିଛି। ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ କୋଭିଡ଼୍ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ସମ୍ପର୍କରେ କହିବା ସହ ପ୍ରକୃତ କୋଭିତ୍ ମୃତ୍ୟୁ ସଂଖ୍ୟାକୁ ସାମ୍ନାକୁ ଆଣିବା ନିମନ୍ତେ ସରକାର ସର୍ବଦଳୀୟ ନେତାଙ୍କୁ ନେଇ ଏକ କୋଭିଡ଼୍ ଆୟୋଗ ଗଠନ କରିବାକୁ ଦାବି କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ ସମୟରେ କୁଢ଼ କୁଢ଼ ମୃତ ଦେହ ଗଙ୍ଗା ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା।

ଲୋକେ ଅକ୍ସିଜେନ୍ ପାଇଁ ଡହଳ ବିକଳ ହେଉଥିଲେ। ଏହି ସମୟରେ ଯୁବ କଂଗ୍ରେସ ତା’ର ଯୁବ ସାଥିମାନଙ୍କୁ ନେଇ କୋଭିଡ୍ ଆକ୍ରାନ୍ତଙ୍କୁ ପାରୁ ପର୍ଯ୍ୟନ୍ତ ସହାୟତା କରିବା ପାଇଁ ଉଦ୍ୟମ କରିଥିଲା। ବିଶେଷ କରି ରାଜଧାନୀ ଦିଲ୍ଲୀରେ ଯେତେବେଳେ ସଙ୍କଟ ଜନକ ପରିସ୍ଥିତି ଉପୁଜିଥିଲା, ସେତେବେଳେ ସରକାର ହାତ ଟେକି ଦେଇଥିଲେ। ମାତ୍ର ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀନିବାସ ବିଭିଙ୍କ ନେତୃତ୍ୱରେ ସେତେବେଳେ ଯୁବ ସାଥିମାନେ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ସହ ବିଭିନ୍ନ ସହାୟତା କରିଥିଲେ। ତାଙ୍କ ନେତୃତ୍ୱରେ ଦେଶ ଓ ଦେଶ ବାହାରର ବହୁ ସ୍ୱେଚ୍ଛାସେବୀ ସଂଗଠନ କୋଭିଡ୍ ବିରୋଧ ଲଢ଼େଇରେ ସାମିଲ ହୋଇଥିଲେ। ଏଥିପାଇଁ ସେମାନେ ଶ୍ରୀନିବାସ ବିଭିଙ୍କୁ ଅକ୍ସିଜେନ୍ ମ୍ୟାନ୍ ଆଖ୍ୟା ଦେଇଥିଲେ। ମାତ୍ର ମୋଦି ସରକାର ଯୁବ କଂଗ୍ରେସର ଏହି ସହାୟତା ଅଭିଯାନକୁ ଗ୍ରହଣ କରିପାରିନଥିଲେ। ଏଥପାଇଁ ଶ୍ରୀନିବାସ ବିଭିଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଓ ଯୁବ କଂଗ୍ରେସ କର୍ମୀମାନେ ବହୁ ଅସୁବିଧାର ସମ୍ମୁଖୁନ ହୋଇଥିଲେ। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଆସିବା ପରେ ସରକାର କୋଭିଡ୍ ମୃତକଙ୍କ ସଂଖ୍ୟା ଲୁଚାଇଥିବା ଓ ବ୍ୟାପକ କୋଭିଜ୍ ସହାୟତା ପାଣ୍ଡି ହେରଫେର କରିଥିବା ସ୍ପଷ୍ଟ ହୋଇଛି। ତେଣୁ ପ୍ରକୃତ ସତ୍ୟ ସାମ୍‌ନାକୁ ଆଣିବା ପାଇଁ ସରକାର ସବୁ ଦଳର ନେତାଙ୍କୁ ନେଇ ଏକ କୋଭିଡ୍ ଆୟୋଗ ଗଠନ କରିବାକୁ ଏକ ପ୍ରେସ ବିବୃତିରେ ଯୁବ କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେମନ୍ତ ମହାପାତ୍ର ଓ ସୁବ୍ରତ ବେହୁରିଅ, ଜିଲ୍ଳା କଂଗ୍ରେସ ସଭାପତି ସୁବ୍ରତ ଦାସ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.