ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ବର୍ଷ ରେ ମୋଦୀ ସରକାର ଗତ ବର୍ଷ ସେପ୍ଟେମ୍ବର ମାସ ୨୩ଓ ୨୪ତାରିଖ ତାରିଖ ଦିନ ସଂସଦ ରେ ବିରୋଧୀଦଳ ର ୧୪୬ଜଣ ସାଂସଦ ମାନଙ୍କୁ ସସ୍ପେଣ୍ଡ କରି ଦେଇ ଶ୍ରମଜୀବୀ ମାନଙ୍କର ଅଧିକାର କୁ ଖର୍ବ କରି ୨୯ଟି ଶ୍ରମ ଆଇନି କୁ ବେଆଇନ ଭାବେ ସଂଶୋଧନ କରିବା ପାଇଁ ବିଲ ସଂସଦ ରେ ପାରିତ କରିଥିବାରୁ ଏହା ର ପ୍ରତିବାଦ କରି ଭଦ୍ରକ ଜିଲ୍ଲାର ସି ଆଇ ଟି ୟୁ ସମେତ ଏ ଆଇ ସି ସି ଟି ୟୁ ତରଫରୁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଏକ ପଟୁଆର ବସଷ୍ଟାଣ୍ଡ ରୁ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ, କାଳନ୍ଦୀ ପାତ୍ର, ସମର ବଳ, ମଳୟ ଭୋଇ, ଚନ୍ଦ୍ର ଶେଖର ନାୟକ, ବାମଦେବ ମିଶ୍ର , ସେ କ ସିକ୍ରୁ ଙ୍କ ନେତୃତ୍ୱ ରେ ସହର୍ ପରିକ୍ରମା କରିବା ପରେ ଜିଲ୍ଳା ପ୍ରଶାସନ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ସେଠାରେ ଏକ ପ୍ରତିବାଦ ସଭା ସି ଆଇ ଟି ୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟ ସିଂହ ନାୟକ ଙ୍କ ସଭାପତି ତୂୟରେ ଅନୁଷ୍ଠିତ ହୋଇଛି। ସେଥିରେ ବକ୍ତବ୍ୟ ରଖିଥିଲେ କାଳ ନ୍ଦି ପାତ୍ର, ମଳୟ ଭୋଇ, ବାମଦେବ ମିଶ୍ର, ସମର ବଳ ଓ ଚନ୍ଦ୍ରଶେଖର ନାୟକ ଓ ବକ୍ତା ମାନେଚାରୋଟି କଳା ଶ୍ରମ କୋଡ ଅବିଳମ୍ବେ ପ୍ରତ୍ୟାହାର କରି ବା, ସମାନ କାମକୁ ସମାନ ମଜୁରୀ ଦେବା, ସ୍କମି ଶ୍ରମିକ ଆଶା, ପାଚିକା, ସହାୟିକା, ଅଙ୍ଗୱାଡ଼ି କର୍ମୀ ମାନଙ୍କ ସ୍ଥାୟୀ ଶ୍ରମିକ ନିଯୁକ୍ତି ଦେବା, ସ୍ଥାୟୀ କାମରେ ଅସ୍ଥାୟୀ ଶ୍ରମିକ ନିଯୁକ୍ତି ବନ୍ଦ କରିବା, ସମସ୍ତ ଶ୍ରମିକ ମାନଙ୍କୁ ମାସକୁ ୨୬ହଜାର ଟଙ୍କା ଦରମା ପ୍ରଦାନ କରିବା ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ତଥା ସରକାରୀ ଅଫିସର, କଳକାରଖାନା ମାଛଶାଗ ଦରରେ ଆଦାନୀ ଅମ୍ବାନୀ ଆଦି କମ୍ପାନୀକୁ ବିକ୍ରି ବନ୍ଧ କରିବା ଦାବିକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ଦେଶ ର ଗଣତନ୍ତ୍ର ରାଷ୍ଟ୍ର ରେ ଧର୍ମନିରେପ୍ କ୍ଷ ନୀତି କୁଖର୍ବ କରୁଥିବା ଡବଲ ଇଞ୍ଜିନ ସରକାର୍ ବିରୋଧର ଏକ ହୋଇଲଢ଼େଇ କରିବା ପାଇଁ ସଭାପତି ଦିବ୍ୟ ସିଂହ ନାୟକ ସମବେତ ଜନତାଙ୍କୁ ଆହ୍ୱାନ ଦେଇଥିଲେ।








