Home ଜିଲ୍ଲା ପରିକ୍ରମା କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

232

ବାହାନଗା,୧୧ା୧୧(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇ ଯାଇଛି । ଏହାକୁ ବିଦ୍ଧିବଦ୍ଧ ଭାବରେ ଉଦଘାଟନ କରିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ତାଙ୍କ ସହ ନୀଳଗିରି ବିଧାୟକ ଇ. ସୁକାନ୍ତ ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଧିରେଶ ଷଢଙ୍ଗୀ ଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତପନ ପରିଡ଼ା, ଡା. ପରମଜିତ ପାତ୍ର, ଫାର୍ମାଷିଷ୍ଟ ବିଭୂଦତ୍ତ ପାତ୍ରଙ୍କ ସହ ସ୍ଥାନୀୟ ସମାଜସେବୀ ଦିଲ୍ଲିପ ଦାସ, ବିଜୟ ଦାସ, ପ୍ରତ୍ୟୁଷ ବିଶ୍ୱାଳ, ରମାକାନ୍ତ ବାରିକ, ଚନ୍ଦ୍ର ଶେଖର ପଣ୍ଡା, ମହେଶ ଦାଶଙ୍କ ସହ ଅଞ୍ଚଳରୁ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହାର ଦାତା ଏମସିଏଲ କମ୍ପାନୀର ଚେୟାରମ୍ୟାନ ବିଏସ ନେଗିଙ୍କୁ ଧନ୍ୟବାଦ ଦେଇଥିଲେ । ତା ସହ ଅଞ୍ଚଳବାସୀଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀଙ୍କୁ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.